Breaking News

ଗଂଜେଇ ଚୋରା ଚାଲାଣ ବେଳେ କ. ନୁଆଁ ପୋଲିସ ର ଚଢ଼ାଉ


 କନ୍ଧମାଳ--- ଗଞ୍ଜେଇ ଚୋରା ଚାଲାଣ ବେଳେ କ. ନୁଆଁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କ. ନୂଆଗାଁ ଥାନା ମାରୁତପଲ୍ଲୀ ଛକ ନିକଟରେ  ଚଢ଼ାଉ କରିଥିଲା l କୁଡୁତେଲି ଅଞ୍ଚଳ ରୁ ଆସୁଥିବା ଏକ ବୁଲେରୋ ପିକଅପ ଭ୍ୟାନ କୁ ପୋଲିସ ଅଟକେଇବା ସମୟରେ ଗାଡିଟି ଅଟକିନଥିଲା l ପୋଲିସ ବୁଲେରୋ ପିକଅପ ଭ୍ୟାନ ସହ 4 କୁଇଣ୍ଟାଲ 15 କେଜି ଗଞ୍ଜେଇ ଜବତ କରିଛି l ଏହି ଘଟଣା ରେ କଟକ ନଖରା  ଥାନ ଅଞ୍ଚଳର ସଞ୍ଜୟ କୁମାର ସେଠୀ ଓ ହରେକୃଷ୍ଣ ବେହେରା କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି l କୁଡୁତେଲି ରୁ ଭୁବନେଶ୍ୱର କୁ ଚୋରା ଚାଲାଣ ହେଉଥିବା  କହିଛନ୍ତି କ. ନୂଆଗାଁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମୁଦୁଲି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୩/୨୦୨୩----sakigopal News,29/3/2023

Blog Archive

Popular Posts