ଗାଲେରୀ ଠାରେ ,ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର -- ତାରସିଂ ଥାନା ତରଫରୁ ଗାଲେରୀ ଗ୍ରାମରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଡଃ ଗୋବିନ୍ଦ ମହାପାତ୍ର, ସତ୍ୟନାରାୟଣ ମହାପାତ୍ର, ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା , ଦଣ୍ଡପାଣି ମହାରଥା , ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଶାନ୍ତ କୁମାର ନାୟକ, ନେତ୍ର|ନନ୍ଦ ମିଶ୍ର ଙ୍କ ସମେତ ମହାବିଦ୍ୟାଳୟ ଓ ହାଇସ୍କୁଲ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ବୈଠକରେ ମଞ୍ଚାସୀନ ଥିବା ଅତିଥିମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗାଡି ଚଲାଇବା ସମୟରେ ହେଲମେଟ ବ୍ୟବହାର, ମଦ୍ୟପାନ କରି ଗାଡି ନ ଚଳାଇବା ଓ ପରିବହନ ବିଭାଗର ନିୟମକୁ ମାନି ଗାଡି ଚଳାଇବା ଉପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଗାଲେରୀ ଫାଣ୍ଡି ଅଧିକାରୀ ଭଗୀରଥି ନାୟକ ସମେତ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଗାଲେରୀ ଠାରେ ଏକ ସଚେତନ ରାଲି ଆୟୋଜନ ହୋଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୩/୨୦୨୩---୯,୩୫ Sakhigopal News,24/3/2023