Breaking News

ଖୋର୍ଦ୍ଧା ରୋଡ଼ ଡିଭିଜନ ସବୁ ରେଳ ନେଟୱାର୍କକୁ ବିଦ୍ୟୁତିକରଣ ଓ 2030 ସୁଦ୍ଧା "ନେଟ୍ ଜିରୋ" କାର୍ବନ୍ ନିର୍ଗମନ ପାଇଁ ଅଭିଯାନ




ଜଟଣୀ --ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରେ ଓ ସ୍ୱଚ୍ଛ ଶକ୍ତିର ଉପଯୋଗକୁ ବୃଦ୍ଧି କରିବା ପାଇଁ ଭାରତ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି।  ଭାରତୀୟ ରେଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କ୍ଷେତ୍ର ଯାହାକି 2030 ସୁଦ୍ଧା ଏକ "ନିଟ୍ ଶୂନ" କାର୍ବନ ନିର୍ଗମନକୁ ପୂରଣ କରିବା ପାଇଁ ପ୍ରୟାସରେ ପ୍ରମୁଖ ଭାବେ ସହାୟକ ହୋଇ ପାରିଛି । ଇଲେକ୍ଟ୍ରିକଲ ଟ୍ରାକସନ ହେଉଛି ଏକ ପରିବେଶ ଉପଯୋଗୀ ତଥା ଦକ୍ଷ ଉର୍ଜ୍ଜା ଶକ୍ତି ପ୍ରଣାଳୀ ଯାହା ଜୀବାଶ୍ମ ଇନ୍ଧନର ବିକଳ୍ପ ଅଟେ | ନେଟ୍ ଜିରୋ କାର୍ବନ ନିର୍ଗମନ ପାଇଁ ଭାରତୀୟ ରେଳବାଇର ଲକ୍ଷ୍ୟକୁ ଆଗେଇ ନେବାପାଇଁ ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ବିଦ୍ୟୁତିକରଣ କାର୍ଯ୍ୟ ଜୁଲାଇ 1998 ରେ ପାଲାସା ଠାରୁ ଆରମ୍ଭ ହୋଇଥିଲା। ଭାରତୀୟ ରେଳର ଶ୍ରେଷ୍ଠ ତିନୋଟି ଲୋଡିଂ ବିଭାଗ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅନ୍ୟତମ । ଏହି ବିଭାଗର ମୁଖ୍ୟ ବିଭାଗଗୁଡ଼ିକ ହେଉଛି ଭଦ୍ରକ-ଖୋର୍ଦ୍ଧା ରୋଡ୍ , ଖୋର୍ଦ୍ଧା ରୋଡ୍ -ପାଲାସା, ଖୋର୍ଦ୍ଧା ରୋଡ୍ -ପୁରୀ, ଖୋର୍ଦ୍ଧା ରୋଡ୍ -ନୂଆଗାଁ , କଟକ-ପାରାଦୀପ, ବାରଙ୍ଗ-ରାଜ ଆଠଗଡ, ନିର୍ଗୁଣ୍ଡି-ତାଲଚର-କେରେଜାଙ୍ଗ, ଜାଖପୁରା-ଜାରୋଲି ଇତ୍ୟାଦି |
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ସମ୍ପୂର୍ଣ୍ଣ ବିଦ୍ୟୁତିକରଣ କାର୍ଯ୍ୟ  2012 ମସିହାରେ ସମାପ୍ତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ  1141  କିଲୋମିଟର ଏବଂ 3160 ଟ୍ରାକ୍ କିଲୋମିଟର ପାଇଁ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହୋଇଛି | ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ରିଙ୍କେଶ ରୟ କହିଛନ୍ତି ଯେ, 100% ବିଦ୍ୟୁତିକରଣ ହେତୁ ଖୋର୍ଦ୍ଧା ରୋଡ୍ ଡିଭିଜନ 278250 ଟନ୍ କାର୍ବନ ଫୁଟ୍ ପ୍ରିଣ୍ଟ ସଞ୍ଚୟ କରିପାରିଛି  ଏବଂ ବାର୍ଷିକ ଡିଜେଲ ବିଲ୍ ପ୍ରାୟ 814.204 କୋଟି ଟଙ୍କା ହ୍ରାସ କରିପାରିଛି । ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଓଭର ହେଡ୍ ଉପକରଣର ନିର୍ଭରଯୋଗ୍ୟତା ପାଇଁ ଅନେକ ସିଷ୍ଟମ୍ ଉନ୍ନତି ଏବଂ ଅଭିନବ ଚିନ୍ତାଧାରା ଆରମ୍ଭ କରିଛି ।  ରେଳ ମଣ୍ଡଳରେ ଥିବା ବିଭିନ୍ନ ରେଳ ଷ୍ଟେସନ ଓ ସେବା ଭବନରେ ସୋଲାର ପ୍ୟାନେଲ ସ୍ଥାପନ ଦ୍ୱାରା ପରିବେଶ ଉପଯୋଗୀ ବିକଳ୍ପ ଉର୍ଜ୍ଜା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି  | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୩/୨୦୨୩----୯,୧୦ Sakhigopal News,19/3/2023

Blog Archive

Popular Posts