ଜଙ୍ଗଲରୁ ବାଲି ଚାଲାଣ ବେଳେ ବନବିଭାଗର ଚଢାଉ , ଟ୍ରାକ୍ଟର ସହ ଦୁଇ ଗିରଫ
ଭଞ୍ଜନଗର -- ଜଙ୍ଗଲ ଭିତରୁ ବାଲି ଚାଲାଣ ବେଳେ ବନବିଭାଗ କର୍ମଚାରୀ ଙ୍କ ଚଢ଼ାଉ । ଘଟଣା ସ୍ଥଳରୁ ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ ।ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ର କଳିପଙ୍କା ଜଙ୍ଗଲରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା । ବନବିଭାଗ କର୍ମଚାରୀ ମାନେ ସୂଚନା ପାଇ ଚଢ଼ାଉ କରିଥିଲେ । ବାଲି ବୋଝେଇ ଦୁଇଟି ଟ୍ରାକ୍ଟର କୁ ଜବତ କରିବା ସହ , ଦୁଇ ଡ଼୍ରାଇଭର ଙ୍କୁ ଗିରଫ କରି ,କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୩/୨୦୨୩-----୧୦,୪୫ Sakhigopal News,21/3/2023