ବରକେରା ବିଦ୍ୟାଳୟରେ ବିଶ୍ଵ ଘରଚଟିଆ ଦିବସ ପାଳିତ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀ ପବିତ୍ର ମୋହନ ପରିଡ଼ାଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପରିବେଶବିତ ମହମ୍ମଦ ଦିଲଓ୍ଵାରଙ୍କ ଉଦ୍ୟମରେ ୨୦୧୦ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ଵ ଘରଚଟିଆ ଦିବସ ପାଳନ କରାଯାଉଛି। ଘରଚଟିଆ ଏକ ଉପକାରୀ ପକ୍ଷୀଟିଏ।ସେ ଅପକାରି କିଟ ପତଙ୍ଗ ଖାଇ ଆମ ଫସଲକୁ ରକ୍ଷା କରିଥାଏ।ଶଙ୍ଖ ଚିଲ ଭଳି ଘରଚଟିଆଙ୍କ ବଂଶ ଲୋପ ପିଇବାକୁ ବସିଲାଣି।ତେଣୁ ସେମାନଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ବ। ସେମାନଙ୍କ ବଂଶ ବୃଦ୍ଧି ପାଇଁ ବାଡ଼ିରେ ଗଛଟିଏ ଲଗାନ୍ତୁ। ସରକାରୀ ଓ ବେସରକାରୀ ଛାତରେ ସେମାନଙ୍କର ରହିବାର ବ୍ୟବସ୍ଥା କରିବା ସହିତ ପ୍ରତିଦିନ ଘର ଅଗଣା କିମ୍ବା ଛାତ ଉପରେ ମୁଠିଏ ଚାଉଳ ଓ ପାଣିପାତ୍ରଟିଏ ରଖିବା ପାଇଁ ବକ୍ତାମାନେ ପରାମର୍ଶ ଦେଇଥିଲେ।ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୧/୩/୨୦୨୩----୯,୫୫ Sakhigopal News,21/3/2023