ଦୁଇ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଟଣୀ --ସ୍ଥାନୀୟ ରେଲୱେ ବି.ଜେ.ବି ଇନ୍ଷ୍ଟିଚ୍ୟୁତ ଠାରେ ବିଦ୍ୟା ବିକାଶ ପରିଷଦ ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ "ଓଁ' ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ "ମା' ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ବିଶ୍ୱ ମେଟ୍ରୋଲୋଜିକାଲ ଦିବସରେ ମିଳିତ ଦୁଇ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ୨0୨୧ ଏବଂ ୨0୨୨ ମସିହାର ଶିକ୍ଷା ବର୍ଷରେ ଅନୁଷ୍ଠିତ ହୋଇଥିବା ଜବାହାର ନବୋଦୟ ଆଦର୍ଶ ପରୀକ୍ଷା ଏବଂ ବ୍ଲକ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ "ଓଁ'ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଶ୍ୱିନ ବିଶୋଇ, ଛାତ୍ରୀ ଗାୟତ୍ରୀ ମହାରଣା ଏବଂ ଲକ୍ଷ୍ମୀପ୍ରିୟା ଜେନା ବିଦ୍ୟାଳୟର ଗୌରବ ବଢ଼ାଇଥିବା ହେତୁ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା l ଆୟୁଷ୍ମାନ ସଂସ୍ଥା ତରଫରୁ ଅନୁଷ୍ଠିତ ବ୍ଲକସ୍ତରୀୟ ଭାରତୀୟ ବିଜ୍ଞାନ ଅଲମ୍ପିଆଡ଼ ପରୀକ୍ଷାରେ ସ୍ଵର୍ଣ ପଦକ ହାସଲ କରିଥିବା ଚତୁର୍ଥ ଶ୍ରେଣୀର ଛାତ୍ର ସ୍ୱାଧୀନ ନାୟକ ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ବିଶ୍ୱଜିତ ବେହେରା ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି l ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ତାରା ପ୍ରସାଦ ବାରିକ ବ୍ରୋଞ୍ଜ ପଦକ ପାଇ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି l
"ମା'ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସାଇ ପ୍ରଜ୍ଞା ଚମ୍ପତି, ପ୍ରତ୍ୟୁଷା ପରିଡା ଏବଂ ସ୍ଵାଗତିକା ପଣ୍ଡା ଶିଶୁ ବିକାଶ ସମାଜ କଲ୍ୟାଣ କେନ୍ଦ୍ର ଭୁବନେଶ୍ୱର ତରଫରୁ ଆୟୋଜିତ ହୋଇଥିବା ଜବାହାର ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇଥିଲେ l ଆଜିର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବିଆରସିସି ଏବଂ ଏବିଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ରୂପେ ସିଆରସିସି ଶ୍ରୀ ମାନ ଗୋବିନ୍ଦ ସାହୁ ଏବଂ ସମାଜ ସେବୀ ତଥା ଜଟଣୀ ପୌରପାଳିକା ଅଧିନସ୍ଥ ୱାର୍ଡ ନଂ ୧୭ର କାଉନସିଲର ଉତ୍କଳ କେଶରୀ ବଳିୟାରସିଂ ଉତ୍ସବରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ବିଦ୍ୟାଳୟର ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଦୁଇ ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁମାଙ୍କ ସହଯୋଗ ରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି
l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୩/୨୦୨୩---୮,୨୦ Sakhigopal News,24/3/2023