Breaking News

ଜନ ଆରୋଗ୍ଯ ସମିତି ପକ୍ଷରୁ ବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତା


 
ବରଗଡ଼---  ବରଗଡ ଜିଲ୍ଲା ଅତାବିରା ବ୍ଲକ ଜନଆରୋଗ୍ଯ ସମିତି,ପତ୍ରାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ  ପତ୍ରାପାଲି ୫ଟି  ଗ୍ରାମପଞ୍ଚାୟତର ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଦୁଇ ଦିନ ଧରି କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାଃ ବିଷ୍ନୁ ଚରଣ ଦାସ।  ମୁଖ୍ୟ ଅତିଥି ଭାବେ ୫ଟି ଉଚ୍ଚ ବିଦ୍ୟାଳୟ ର ସଭାପତି ମଦନ ମହାକୁର, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ସଂଗୀତାରାଣୀ ମିଶ୍ର, ବିଦ୍ୟାଳୟ ର ଟୁନା କର୍ଣ୍ଣ, ସତ୍ୟବାନ ସାହୁ, ଗଣପତି ଦାସ, ମୁନିରାମ କୁମ୍ଭାର, ଆର୍ତୀ ତିର୍କୀ, ନୀତି ମଲ୍ଲିକ, ସୁନିତା ମେହେର ଯୋଗ ଦେଇଥିଲେ। ଏଥିରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଖେଳ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସୁନୀଲ ଭୂଏ  ଓ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୩/୨୦୨୩---୯,୧୦ Sakhigopal News,25/3/2023

Blog Archive

Popular Posts