ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ସମ୍ମର୍ଦ୍ଧନା ସଭା ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ୪ର୍ଥ ଶ୍ରେଣୀ କର୍ମଚାରୀ ଶିଖର ମହାପାତ୍ର ଅବସର ଗ୍ରହଣ କରୁଥିବା ବେଳେ ଅନ୍ୟ ଜଣେ କ୍ଳକ ପ୍ରଫୁଲ କୁମାର ଷଡଙ୍ଗୀମଧ୍ୟ ଅଗାରୁ ଅବସର ନେଇଛନ୍ତି ସେମାନଙ୍କୁ ଅବସର କାଳୀନ ସମ୍ମର୍ଦ୍ଧନା ଉତ୍ସବ ସହିତ ବିଦ୍ୟାଳୟର ପ୍ରଧାନ ଶଇକ୍ଷୟତୀ ଭବମ ପ୍ରଧାନ ଏଠାରୁ ପ୍ରମୋଶନ ପାଇ ବ୍ଳକ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ଶିକ୍ଷକ ସତ୍ୟବାଦୀ ଦାଶ, ବିଜୟ କୁମାର ପରିଡା, ପ୍ରଶାନ୍ତ କୁମାର ତ୍ରିପ।।ଠୀ ସେହିପରି ପ୍ରମୋଶନ ପାଇ ଅନ୍ୟ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ମନଜ୍ଞ୍ନ ନାଥ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ସମସ୍ତଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ସହିତ ଉପଢ଼ୌକନ ସହିତ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଷ୍ଠିତ ସଭାରେ ଅତିଥି ଭାବେ ସତ୍ôୟାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଆଳୁମିନିକମିଟିର ସଭାପତି କିଶୋରଚନ୍ଦ୍ର ମହାପାତ୍ର, ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ବେହେରା ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କାର୍ଯର୍କ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୩----୭,୧୦
Sakhigopal News, 31/3/2023---715