Breaking News

କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା ..... ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହାଣିଲେ , ଜଣେ ମୃତ୍ୟୁ , ୩ ଆହତ

Post-election violence in Kendupadar ..... one killed, 3 injured in village chase.

ଭଞ୍ଜନଗର– ନିର୍ବାଚନ ପରବର୍ତ୍ତୀ ରାଜନୈତିକ ଆକ୍ରୋଶ କୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ୨୧ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ  କେନ୍ଦୁପଦର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଗୁରୁତର ଆହତ ହୋଇଥିବା ବେଳେ  ଜଣକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ବାଇଁ । ଗତ ପଞ୍ଚାୟତ ନିର୍ବାଚନ ରେ ସେ ଓ୍ବାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ଥିଲେ । ଗତ ରାତିରେ ଗୋଟିଏ ଗୋଷ୍ଠୀ ର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଯୁବକ , ମାରଣାସ୍ତ୍ର ଧରି ଆକ୍ରମଣ କରିବା ସହ  ବୁଲୁଙ୍କୁ ଖଣ୍ଡା ଓ ଲୁହାଛଡ଼ ରେ ଆକ୍ରମଣ କରି ହତ୍ୟା କରିଥିଲେ । ଅନ୍ୟ ୩ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ , ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର । ଗାଙ୍ଗପୁର ଓ ବୁଗୁଡ଼ା ଥାନାଧିକାରୀ ଙ୍କ ସମେତ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ପହଞ୍ଚି  ଘଟଣାର ତଦନ୍ତ ଚଳାଇଛନ୍ତି । ଏଥିରେ ସଂପୃକ୍ତ ୨୧ ଜଣଙ୍କୁ ଥାନା ରେ ଅଟକ ରଖାଯାଇଥିବା କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ମଲ୍ଲିକ  । ଅନ୍ୟ ପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି ବୁଲୁ ଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିଛନ୍ତି  ତାଙ୍କ ସ୍ତ୍ରୀ । ବୁଲୁ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ  ଦୁଇ ଛୋଟ ଝିଅଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ରେ ପଡ଼ିଛନ୍ତି ତାଙ୍କ ପତ୍ନୀ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଏହି ହତ୍ୟାକାଣ୍ଡ ପରେ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୩/୨୦୨୨---୬,୧୦ Sakhigopal News,15/3/2022

Blog Archive

Popular Posts