ତମାଖୁ ସେବନର ଅପକାରିତା ସମ୍ପର୍କେ ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ର ମାନଙ୍କୁ ସଚେତନତା
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ତମାଖୁ ସେବନର ଅପକାରିତା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୁକଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ସୁସ୍ମିତା ପ୍ରଧାନ ଜନସମ୍ପସାରଣ ଅଧିକାରିଣୀ କ୍ଷେତ୍ରମଣୀ ସେଠି ଯୋଗ ଦେଇ ଛାତ୍ର ମାନଙ୍କୁ ତମାଖୁ ସେବନର ଅପକାରିତା ସମ୍ପର୍କରେ ସଚେତନତା କରାଇଥିଲେ । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ଛାତ୍ର ମାନଙ୍କୁ ତମାଖୁ ସେବନଦ୍ୱାରା ଯେଉଁକ୍ଷତି ହେଉଛି ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ବିଦ୍ୟାଳୟ ପରିସରରେ ଛାତ୍ର ବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ତମାଖୁ ସେବନ ନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ଛାତ୍ର ମାନଙ୍କ ମଧ୍ୟରେ ୪ ବିଭାଗ କରଯାଇ ପ୍ରତିଯୋଗିତା କରାଯାଇଥିଲା ।ତର୍କରେ ଓମ ସ୍ୱସ୍ତିକ ତ୍ରିପାଠୀ, କୁଇଜରେ ସୌମ୍ୟ ରଞ୍ଜନ ଦାସ, ପ୍ରବଦ୍ଧରେ ଆର୍ଯ୍ୟନ ବେହେରା ଓ ଚିତ୍ରାଙ୍କନରେ ଅଭିଷେକ ବରାଳ ପ୍ରଥମ ସ୍ଥାନ ଅଧିକାର କରି ଡ. ସୁସ୍ମିତା ପ୍ରଧାନ ଙ୍କ ଠାରୁ ସିଲଡ ଓ ଟ୍ରଫି ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଛାତ୍ର ମାନଙ୍କୁ ମିଠା ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୨---୧୦,୨୦ Sakhigopal News, 15/3/2022