ଜଟଣୀବ୍ଲକ ଅଧ୍ୟକ୍ଷ ନିର୍ବାଚନ: ଅପ୍ରତିଦ୍ୱନ୍ଦିତାରେ ଅଧ୍ୟକ୍ଷା ନିର୍ବାଚିତ ହେଲେ ଜୟନ୍ତୀ
Jatani Block Presidential Election: Jayanti was elected unopposed
ଜଟଣୀ--- ସମିତି ଅଧ୍ୟକ୍ଷ ନିର୍ବାଚନଲାଗି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନକୁ ଅପେକ୍ଷା କରାଯାଇଥିଲା । ସେଥି ମଧ୍ୟରୁ କେବଳ ସମିତିସଭ୍ୟ ଜୟନ୍ତୀ ଛୋଟରାୟ ନାମାଙ୍କନ ଭରିଥିଲେ । ମାତ୍ର ଜୟନ୍ତୀଙ୍କ ପ୍ରତିଦ୍ୱନ୍ଦିଭାବେ କେହି କିମ୍ବା କୈାଣସି ଦଳରୁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିବାକୁ ଆସିନଥିଲେ । ତେଣୁ ବହୁ ସମୟଧରି ଦାୟିତ୍ୱରେ ରହିଥିବା ନିର୍ବାଚନଧିକାରୀମାନେ ଅପେକ୍ଷା କରିଥିଲେ । ମାତ୍ର କେହି ନାମାଙ୍କନ ନ କରିବାରୁ ବ୍ଲକ ଅଧ୍ୟକ୍ଷାଭାବେ ବିଜେଡିକର୍ମି ବିଜୟ କୁମାର ଛୋଟରାୟଙ୍କ ଧର୍ମପତ୍ନୀ ଜୟନ୍ତୀ ଛୋଟରାୟ ନିର୍ବାଚିତ ହୋଇଥିଲେ । ଆଜି ବ୍ଲକଅଧ୍ୟକ୍ଷ ନିର୍ବାଚନ ସମୟରେ ଜଟଣୀବ୍ଲକ କାର୍ଯ୍ୟାଳୟଠାରେ କେବଳ ବିଜେଡିଦଳର ନେତା ଓ କର୍ମିମାନଙ୍କୁ ଦେଖିବାକୁ ମିଳିଥିଲା । ଅନ୍ୟ କୈାଣସି ଦଳର ନେତା ଓ କର୍ମିମାନେ ଉପସ୍ଥିତ ରହିନଥିବା ଦେଖିବାକୁ ମିଳିଥିଲା । ତେବେ ଜଟଣୀବ୍ଲକକୁ ଶାସକଦଳ ବିଜେଡି ନିଜ ହାତରେ ରଖିବାକୁ ପ୍ରୟାସ କରି ଆସୁଥିବା ବେଳେ ତାହା ଶତପ୍ରତିଶତଭାବେ ଏକପ୍ରକାର ସୁନିଶ୍ଚିତ ହୋଇଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୩/୩/୨୦୨୨---୪,୪୫
Sakhigopal News, 13/3/2022