Breaking News

ନାଇଜରରେ ଅନୁଷ୍ଠିତ ହେଲା ତୃତୀୟ ଇଣ୍ଡୋ-ଜାପାନ ସମ୍ମିଳନୀ

The third Indo-Japanese summit was held in Niger


ଜଟଣୀ,---- ‘ନାଇଜର ହେଉଛି ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗର ଏକ ସ୍ୱୟଂଶାସିତ ଗବେଷଣା ଅନୁଷ୍ଠାନ’ । ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର) ଭୁବନେଶ୍ୱରର ଜଟଣୀ କ୍ୟାମ୍ପସଠାରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ଇଣ୍ଡୋ-ଜାପାନ ସମ୍ମିଳନୀ । ଜାପାନର ତୋହୋକୁ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ନାଇଜରଠାରେ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ଥିଲା “ସ୍ପିଂଟୋନିକ୍ସ” ଯାହା ପଦାର୍ଥ ବିଜ୍ଞାନର ଏକ ଶାଖା । କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତଥା ଜାପାନ ସରକାରଙ୍କର ଜାପାନ ସୋସାଇଟି ଫର ଦି ପ୍ରମୋଶନ ଅଫ ସାଇନ୍ସ (ଜେ. ଏସ୍ .ପି. ଏସ୍‌)ର ସହଯୋଗ ରେ ଏହି ଅନଲାଇନ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ଏହି ଦ୍ୱିପାକ୍ଷିକ ସମ୍ମିଳନୀ ପ୍ରଥମେ ୨୦୧୫ ମସିହାରେ ନାଇଜର ଓ ପରେ ୨୦୧୬ ମସିହାରେ ସାଘାଂଇ, ଜାପାନ ଠାରେ ଅନୁଷ୍ଠିତ ହୋଇଥିଲା । ଆଧୁନିକ ପଦାର୍ଥ ବିଜ୍ଞାନର ଏକ ବିସ୍ମୟ ବିଭାଗ ହେଉଛି ସ୍ପିଂଟୋନିକ୍ସ ଯାହା ଇଲେକ୍ଟ୍ରନର ସ୍ପିନ୍ ତତ୍ୱକୁ ଉପଯୋଗ କରି ପଦାର୍ଥର ବ୍ୟବହାର ତଥା କ୍ରିୟା-ପ୍ରତିକ୍ରିୟା ନିର୍ଣ୍ଣୟ କରିଥାଏ । ଏହି ବିଜ୍ଞାନରେ ଛାତ୍ର-ଛାତ୍ରୀ ତଥା ଯୁବ ବିଜ୍ଞାନୀମାନଙ୍କୁ ଅନୁପ୍ରେରିତ କରିବା ପାଇଁ ହୋଇଥିବା ଏହି ସମ୍ମିଳନୀରେ ପୃଥିବୀର କୋଣ ଅନୁକୋଣରୁ ପ୍ରାୟ ୨୦୦ ଜଣ ଭାଗ ନେଇଥିଲେ । ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ଓ ସଙ୍ଗଠକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମୁଖ୍ୟ ସଂଯୋଜକ ଆସୋସିଏଟ୍ ପ୍ରଫେସର ଶୁଭଙ୍କର ବେଦାନ୍ତଙ୍କୁ ଶୁଭକାମନା ଦେବା ସହ ଜାପାନ ତରଫରୁ ମୁଖ୍ୟ ପ୍ରବକ୍ତା ପ୍ରଫେସର କୋକି ତାକାନାଶି ତଥା ସହ ସଂଯୋଜକ ପ୍ରଫେସର ତାକେସି ସେକି ଓ ଡକ୍ଟର ବ୍ରଜ ଭୂଷଣ ସିଂଘଙ୍କୁ ଅଭିବାଦନ ଜଣାଇଥିଲେ ।ମୁଖ୍ୟ ସଂଯୋଜକ ଡ. ଶୁଭଙ୍କର ବେଦାନ୍ତଙ୍କ ମତରେ ଏହି ଦ୍ୱିପାକ୍ଷିକ ସମ୍ମିଳନୀ ଛାତ୍ର ସମାଜ ତଥା ଯୁବ ବିଜ୍ଞାନୀଙ୍କୁ ପଥ ପ୍ରଦର୍ଶନ କରିବା ସହ ଭବିଷ୍ୟତରେ ମିଳିତ ଗବେଷଣାରେ ସହାୟକ ହେବ । ଡ. ବେଦାନ୍ତ ଏହିପରି ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ବୈଜ୍ଞାନିକ  ସମ୍ମିଳନୀ କରି ସାରିଛନ୍ତି । ନାଇଜରର ଡିନ୍ ଅଫ ଫାକଲ୍ଟି ଆଫେୟାରସ୍‌, ପ୍ରଫେସର ବେଦାଙ୍ଗଦାସ ମହାନ୍ତି ଏହି ପରିପ୍ରେକ୍ଷୀରେ ସମସ୍ତ ସଂଯୋଜକଙ୍କୁ ଶୁଭେଚ୍ଛା ଦେବା ସହ ଅନଲାଇନ୍ ଭର୍ଚ୍ଚୁଆଲ ସମ୍ମିଳନୀର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଫେସର ମହାନ୍ତି ଭାରତର ହାଲ ଏନର୍ଜି ପଦାର୍ଥ ବିଜ୍ଞାନର ଏକ ଅନ୍ୟତମ ପୁରୋଧା ରୂପେ ପରିଚିତ । ପରିଶେଷରେ ଡକ୍ଟର ବ୍ରଜଭୂଷଣଙ୍କ ସହିତ ସମସ୍ତ ସଂଯୋଜକ, କର୍ମଚାରୀ, ପାଣ୍ଠି ପ୍ରଦାନକାରୀ, ସଂଯୋଜକ, ସହ-ସଂଯୋଜକ ଓ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଜାପାନ ଓ ଭାରତର ବିଭିନ୍ନ ଗବେଷଣା ଅନୁଷ୍ଠାନରୁ ନିମନ୍ତ୍ରିତ ବିଜ୍ଞାନୀମାନେ ନିଜ ନିଜର ଉଚ୍ଚକୋଟୀର ଗବେଷଣା ଉପସ୍ଥାପନ କରିଥିଲେ । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୩/୩/୨୦୨୨----୪,୪୦ 

 Sakhigopal News, 13/3/2022



Blog Archive

Popular Posts