ଜଟଣୀ ଲୟାର୍ସ ଆସୋସିଏସନ ନିର୍ବାଚନ ଶେଷ ଏବଂ ୨୬ରେ ହେବ ବାରଆସୋସିଏସନ ନିର୍ବାଚନ
The Jatani Lawyers Association election is over and the Bar Association election will be held on the 26th
ଜଟଣୀ,---- ଜଟଣୀ ଲୟାର୍ସ ଆସୋସିଏସନ ପକ୍ଷରୁ ନିର୍ବାଚନ ଶେଷ ହୋଇଥିବା ବେଳେ ଚଳିତମାସ ୨୬ ତାରିଖରେ ହେବ ଜଟଣୀ ବାରଆସୋସିଏସନ ନିର୍ବାଚନ । ତେବେ ଜଟଣୀ ଲୟାର୍ସ ଆସୋସିଏସନ ନିର୍ବାଚନଟି ସଂପୁର୍ଣ୍ଣ ଅପ୍ରତିଦ୍ୱନ୍ଦି ହୋଇଥିଲା ବୋଲି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ସୁଚନା ମିଳିଛି । ଏହି ନିର୍ବାଚିତ ପ୍ରାର୍ଥୀମାନଙ୍କ ଦାୟଦ ୨୦୨୨ ଅପ୍ରିଲ ମାସ ୧ ତାରିଖଠାରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି କୁହାଯାଇଛି । ତେବେ ଆଜି ଜଟଣୀ ଲୟାର୍ସ ଆସୋସିଏସନ ପକ୍ଷରୁ ହୋଇଥିବା ନିର୍ବାଚନର ନିର୍ବାଚିତ ପ୍ରାର୍ଥୀ ହେଲେ ସଭାପତି ସୁଶିଲ କୁମାର ମହାନ୍ତି, ଉପସଭାପତି କାହ୍ନୁଚରଣ ପ୍ରଧାନ, ସମ୍ପାଦକ ଶିବପ୍ରସାଦ ରଥ, ଅତିରିକ୍ତ ସମ୍ପାଦକ ରବି କୁମାର ପଣ୍ଡା, ସହସମ୍ପାଦକ ପ୍ରଦୀପ ମହାନ୍ତି, ଲାଇବ୍ରେରୀ ସମ୍ପାଦକ ପ୍ରଭୂରାମ ପାତ୍ର, କୋଷାଧ୍ୟକ୍ଷ ଅରୁଣ କୁମାର ସାହୁଙ୍କ ସହିତ କାର୍ଯ୍ୟନିର୍ବାହୀ କାର୍ଯ୍ୟକର୍ତାଭାବେ ଆଶୁତୋଷ ରାୟ,ଅରୁଣ କୁମାର ଦାସ,ମଧୁସ୍ମିତା ନାୟକଙ୍କ ସହିତ ୮ଜଣ ସଦସ୍ୟ ରହିଛନ୍ତି ବୋଲି ନିର୍ବାଚନୀଧିକାରୀ ଅର୍ଜୁନ ଚରଣ ସାମନ୍ତରାୟ ସୂଚନା ଦେଇଛନ୍ତି । ସେହିପରି ଜଟଣୀ ବାର ଆସୋସିଏସନ ପକ୍ଷରୁ ଚଳିତ ୫ ତାରିଖଠାରୁ ୭ତାରିଖ ପର୍ଯ୍ୟନ୍ତ ନାମାଙ୍କନ କରାଯାଇଥିଲା ବେଳେ ୨୬ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନଧିକାରୀ ଅକ୍ଷାଂଶୁ ଶେଖର ନାୟକ ଓ ଅତିରିକ୍ତ ନିର୍ବାଚନଧିକାରୀ ସୁବାସିନୀ ମହାରଥୀ ସୁଚନା ଦେଇଛନ୍ତି । ୨୬ ତାରିଖ ପୁର୍ବାହ୍ନ ୮ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇ ସେହିଦିନ ୪ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୩/୩/୨୦୨୨---୪,୫୫
Sakhigopal News, 13/3/2022