ଚାଷୀ , ମିଲର ଓ ଗୋଦାମ ଘର ମାଲିକ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର
A training camp for farmers, millers and warehouse owners
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଚାଷୀ, ମିଲର ଓ ଗୋଦାମଘର ମାଲିକ ମାନଙ୍କୁ ନେଇ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ ଜଣ ଚାଷୀ , ମିଲର ଓ ଗୋଦାମଘର ମାଲିକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକଥିଲେ ମଧୁସୁଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ରହିଥିବା ବେଳେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ୱେୟାରହାଉସ ଡେଭଲପମେଣ୍ଟ ଓ ରେଗୁଲେସନ ଅନୁଷ୍ଠାନ । ପଣ୍ୟଗାର ବ୍ୟବସାୟ ପାଇଁ ନିୟମ, ପଞ୍ଜୀକ୍ୟତ ପଣ୍ୟଗାରର ସୁବିଧା, କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ଗୋଦାମ ଘର କ୍ଷମତା, ପଣ୍ୟାଗାର ପରିଚାଳନା, କେନ୍ଦ୍ରୀୟ ଭଣ୍ଡାର ନିଗମ ଗୋଦାମଘରେ କୃଷକ ଭାଇ ମାନେ ଫସଲ ଜମା ରଖିବା ଫଳରେ ଲାଭ ସମ୍ପର୍କେ ଆଲେଚନା କରାଯାଇଥିଲା । ବିଶେଷ କରି ଆମ ଦେଶରେ ଲୋକସଂଖ୍ୟା ବଡିବାରେଲାଗିଛି । ମାତ୍ର ଜମି ସେହି ଅନୁପାତରେ କମି ଆସୁଛି । ଯାହାକି ଆମକୁ ଫସଲ ଉତ୍ପାଦନ କମି ଆସୁଛି । ଏଣୁ ଏବେ ଠାରୁ ଉତ୍ପାଦନ କରଯାଉଥିବାଶସ୍ୟକୁ ସଠିକ ବାଟରେ ଗଛିତ ରଖି ପାରିଲେ ଚାଷୀ ନିଶ୍ଚିତ ଲାଭବାନ ହୋଇ ପାରିବ ବୋଲି ଏମ, ଆଇ, ସି,ଏମର ଅଧ୍ୟାପିକା ଡ ସିମା ମିଶ୍ର କହିଥିଲେ । ଯୋଗାଣ ନୀରିକ୍ଷକ କୀତ୍ତିମୟୀ ପ୍ରଧାନ ଓ ଖାଦ୍ୟ ଶସ୍ୟର ଗୁଣାବଳୀ ନିରିକ୍ଷକ ସାରଦା ନାୟକ ଯୋଗ ଦେଇଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣଦେଇଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବ ନିରୀକ୍ଷକ ଜଗତଜ୍ୟୋତି ସାହୁ , ନୋଡାଲ ଅଫିସର ସୁରେନ୍ଦ୍ର ଦତ୍ତ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୨---୯,୫୦ Sakhigopal News, ,15/3/2022
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୨---୯,୫୦ Sakhigopal News, ,15/3/2022