ଦୋଳଯାତ୍ରା ପାଇଁ ଜୟପୁର ଗ୍ରାମ ଦାଣ୍ଡ ସଫେଇ କରାଗଲା
The village of Jaipur was cleared for the riots
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଏବେ ଦୋଳଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି। ଗ୍ରାମ ମାନଙ୍କୁ ଠାକୁର ମାନେ ଚାଚେରୀ ଓ ଦ୍ବାର ଭୋଗ ଖାଉଛନ୍ତି । ଦୋଳ ପୁର୍ଣ୍ଣିମାକୁ ନେଇ ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ନବ ନିର୍ବାଚିତ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମର ସରପଞ୍ଚ ଆରାଧନା ସାମନ୍ତରାୟଙ୍କ ତତ୍ୱାବଧାନ ଜୟପୁର ଗ୍ରାମ ଦାଣ୍ଡ ସଫେଇ କରାଯାଇଛି । ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସତ୍ୟଶୁଭମ ପ୍ରହରାଜ ଓ ମହାମାୟା ଯୁବକ ସଙ୍ଘ ର କାର୍ଯ୍ୟକର୍ତ୍ତା ବଳରାମ ଜେନା, ଅନିଲ କୁମାର ସାହୁ, ପ୍ରତାପ କୁମାର ସାହୁ, କାହ୍ନୁ ଚରଣ ବେହେରା, ଅବିନାଶ ବେହେରା ପ୍ରମୁଖଙ୍କ ସହଯୋଗରେ ଗ୍ରାମ ଦାଣ୍ଡ ସଫେଇ କରାଯିବା ସହିତ ଗ୍ରାମ ଦାଣ୍ଡର ଦୁଇ ପାର୍ଶ୍ଵରେ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରାଯାଇଛି । ଏହି କାର୍ଯ୍ୟ କୁ ନେଇ ସମସ୍ତ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୩/୨୦୨୨ ----୮,୧୦

Sakhigopal News,14/3/2022