Breaking News

କବିତା ଆସର ସହିତ ମୋ ଧନ ହୋଇବସୁନା ପିଲା ପୁସ୍ତକ ଲୋକାର୍ପଣ

With the advent of poetry, my wealth has become a popular children's book


ସାକ୍ଷୀଗୋପାଳ----  ଶିକ୍ଷୟତ୍ରୀ ବିଶାଖା ଦେବୀଙ୍କ ସ୍ୱରଚିତ ପୁସ୍ତକ ମୋ ଧନ ହୋଇବ ସୁନା ପିଲା ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଏକ ସାରସ୍ୱତ ସାହିତ୍ୟ ସଭା ସହିତ କବିତା ଆସର ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରନାଥ ଷଡଙ୍ଗୀ କବିତା ଆସରକୁ ଉଦଘାଟନ କରିଥିଲେ । ଶିକ୍ଷକ ତଥା କବି ଓ ଲେଖକ ମାନସ ରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ଗବେଷକ ଭୀମସେନ ମହାପାତ୍ର , ଦିଲ୍ଲ୍‌ିପ ସେନାପତି , ରବୀନ୍ଦ୍ରନାଥ ପଟ୍ଟନାୟକ ଓ ଶିକ୍ଷକ ସତ୍ୟବାଦୀ ଦାଶ ଅତିଥି ଭାବେ ଯୋଗ ଦେଇ ଏଇ ମାଟି ହେଉଛି ଓଡିଆ ଭାଷାର ପ୍ରତିଷ୍ଠାତା, ସାହିତ୍ୟର ଏନ୍ତୁଡିଶାଳ କହିଲେ ଅତୁକ୍ତି ହେବନାହିଁ ବୋଲି ମତ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଓଡିଆ ଭାଷାର ବିକାଶ ପାଇଁ ନେଇଥିବା ପନକ୍ଷେପକୁ ଅତିଥି ମାନେ ସ୍ୱାଗତ କରିଥିଲେ । ସାହିତ୍ୟକ ପ୍ରଭାସ ଚନ୍ଦ୍ର ରଥ, ପ୍ରମିଳା ପଟ୍ଟନାୟକ, ସୁରେନ୍ଦ୍ରପଣ୍ଡା, ନିରଞ୍ଜନ ବରାଳ, ଦିଗମ୍ବର ରଥ, ରଞ୍ଜନ ମିଶ୍ର, ହରେକୃଷ୍ଣପ୍ରଧାନୀ, ସୁରେଶ ପଟ୍ଟନକେ, ଫୁଲରାଣୀ ପାଳ, ବନ୍ଦନା ମହାପାତ୍ର, ବିଭୁତି ହୋତା, ବିଜୟ କୁମାର ପରିଡାଙ୍କ ସହିତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଷଲ ।ସୁଜତା ଦେବୀ, ବିଜୟ କୁମାର ପଟ୍ଟନାୟକ, ଡ.ଶରତ ଚଉଁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ଆବାହିକା ବିଶାଖା ଦେବୀ ଅତିଥି ପରିଚୟପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ସୁନନ୍ଦା ମହାନ୍ତି ଧନ୍ୟବାଦ ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୨---୯,୫୦ 

 Sakhigopal News, 15/3/2022

Blog Archive

Popular Posts