Breaking News

କଂଗ୍ରେସ ଗଡ଼ରେ କଂଗ୍ରେସର ବିଜୟୀ ; ସଇଁନ୍ତଲା ବ୍ଲକ୍‌ କଂଗ୍ରେସ ହାତରେ


Congress winner in Congress stronghold; Saintala Block 4 is in the hands of the Congress


ବଲାଙ୍ଗିର: ସଇଁନ୍ତଲା ବ୍ଲକ୍‌ ଅଧ୍ୟକ୍ଷ ପଦବୀ ପାଇଁ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ବ୍ଲକ୍‌ର ୨୨ଟି ପଞ୍ଚାୟତ ମଧ୍ୟରୁ କଂଗ୍ରେସ ଦଳ ସମର୍ଥନରେ ୧୩ଜଣ ସମିତିସଭ୍ୟ ଏବଂ ବିଜେଡ଼ି ସମର୍ଥନରେ ୯ଜଣ ସମିତିସଭ୍ୟ ପଦବୀ ହାସଲ କରିଥିଲେ । ଏଥିସହିତ କଂଗ୍ରେସ୍‌ ପୁଣି ଗଡ଼ ହାସଲ କରିବା ସୁନିଶ୍ଚିତ ହୋଇଯାଇଥିଲା । 
ବିଜେଡି ଦଳ ପକ୍ଷରୁ ବ୍ଲକ୍‌ ଅଧ୍ୟକ୍ଷ ପଦବୀ ପାଇଁ କଅସର ପଞ୍ଚାୟତର ନବ ନିର୍ବାଚିତ ସମିତିସଭ୍ୟା ସୁକାନ୍ତି ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ଦଳରୁ ସଇଁନ୍ତଲା ପଞ୍ଚାୟତର ନବ ନିର୍ବାଚିତ ସମିତିସଭ୍ୟା ମୋନିକା ସିଂ ଭୋଇ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡି ଦଳରେ ୯ ଜଣ ସମିତି ସଭ୍ୟ ରହିଥିବା ବେଳେ କଂଗ୍ରେସ ଦଳରେ ୧୩ ଜଣ ରହିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଭୋଟିଂ ହୋଇଥିଲା। ସେଥିରୁ କଂଗ୍ରେସ ଦଳକୁ ୧୪ଟି ସମିତିସଭ୍ୟ ସହମତି ପ୍ରଦାନ କରିଥିବା ବେଳେ ବିଜେଡ଼ିକୁ ୭ଟି ଓ ଗୋଟିଏ ନାକଚ ହୋଇଥିଲା। ଫଳରେ ପୁଣି ଥରେ ବ୍ଲକ୍‌ ଅଧ୍ୟକ୍ଷ ଭାବେ ମୋନିକା ସିଂ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି।
କଂଗ୍ରେସ ଦଳ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମିଳିଛି। ଏନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ କଂଗ୍ରେସ କାର୍ଯ୍ୟାଳୟରେ ବିଜୟୀ ହୋଇ ଥିବା ବ୍ଲକ୍‌ ଅଧ୍ୟକ୍ଷ ମୋନିକା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇଙ୍କୁ ଫୁଲଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଜଣାଇଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୧୩/୩/୨୦୨୨----୧,୨୦, 
Sakhigopal News,13/3/2022

Blog Archive

Popular Posts