ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆନ୍ତଜାତୀୟ ମହିଳା ଦିବସ ପାଳନ
Celebrating International Women's Day on behalf of the Public Welfare Service Trust.
ବରଗଡ଼/ଅତାବିରା-ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିର ଠାରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଓଡିଶା ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଶ୍ରୀ ହିରାରାମ ଭୋଇ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବେ ରୋଶିନୀ କ୍ଲବ ର ଜିଲ୍ଲା ସଭାପତି ଶ୍ରୀମତୀ ରେଖା ଅଗ୍ରୱାଲ, ମୁଖ୍ୟ ବକ୍ତା ଝିଲମିଣ୍ଡା ଜଗନ୍ନାଥ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଧର୍ମରାଜ ପ୍ରଧାନ, ସମ୍ମାନିତ ଅତିଥି, ସମାଜସେବୀ ମାମୀ ମିଶ୍ର, ସମ୍ମାନିତ ଅତିଥି କଲାମାଟିର ସରପଞ୍ଚ ଡଃ ସୁଷମା ସାହୁ, ଯୋଗ ଦେଇ ମହିଳା ମାନଙ୍କ ସୁରକ୍ଷା ,ଓ ବିଭିନ୍ନ ଆଇନ ସହ ସମାଜ କଲ୍ୟାଣ ବିଷୟରେ ଆଲୋଚନା କରିଥିଲେ। ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମାଜସେବା ଯେତ୍ରରେ ୨୪ ଜଣ ମହିଳା ସମାଜସେବୀ ଙ୍କୁ ସମ୍ମାନିତ କରାଯାଇଥିଲା । ସରଣ୍ଡା ର କୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ ।
ଏହି ଅବସରରେ ୫ ଜଣ ଆଜୀବନ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୋଡଭଗାର ର କରମା ବସ୍ତ୍ରାଳୟ ସହଯୋଗ କରିଥିବା ବେଳେ ବରଗଡ ର ରୋଶିନୀ କ୍ଲବ ର ସମସ୍ତ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅତାବିରା ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାପାତ୍ର , ସତ୍ୟବାତି ମହାପାତ୍ର, ଆଲ୍ଲାଦିନୀ, ଗୀତା, ଶ୍ୟାମ, ବିରେନ୍ଦ୍ର, ପ୍ରମୋଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ନାରାୟଣ ସେବା ପାତ୍ର ର ଉନ୍ନୋଚନ କରାଯାଇଥିଲା ଏହି ପାତ୍ର ଅସହାୟ ଗରିବ ଲୋକଙ୍କୁ ପାଇଁ ଏହି ପାଣ୍ଠି କାର୍ଯ୍ୟ କରିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଥିଲେ। ନୂତନ ଭାବେ 40 ଜଣ ମହିଲା ସମାଜସେବୀ ଯୋଗଦାନ କରିଥିଲେ। ଶେଷରେ ଡଃ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୩/୨୦୨୨---୭,୧୦ Sakhigopal News,8/3/2022