ବରଗଡ ଜିଲ୍ଲା ନୂତନ ସଂସ୍କୃତି ଅଧିକାରୀଙ୍କୁ ମଧୁମୟ କଳା ସଂସ୍କୃତି ସଂଗଠନ ପକ୍ଷରୁ ସ୍ବାଗତ
The Bargarh District New Culture Authority is welcomed by the Honey Arts and Culture Organization.
ବରଗଡ : କଳା ସଂସ୍କୃତି ର ବିକାଶ ତଥା କଳାକାରଙ୍କ ହକ ଅଧିକାର ପାଇଁ କାର୍ଯ୍ୟ କରିଆସୁଥିବା ମଧୁମୟ କଳା ସଂସ୍କୃତି ସଂଗଠନ ସବୁବେଳେ କଳା ସାହିତ୍ୟ ସଂସ୍କୃତି ର ବିକାଶ ପାଇଁ ଉଦ୍ୟମ କରିବା ସହ କଳାକାରଙ୍କ ସୁଖ ଦୁଃଖରେ ଛିଡା ହୋଇଆସୁଛି । ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ଦିର୍ଘ ଦିନରୁ ଖାଳି ଥିଲା ଯାହା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାଶ ଦାୟିତ୍ବ ନେଇ ସଂସ୍କୃତି ବିଭାଗ ର କାର୍ଯ୍ୟ ନିର୍ବାହ କରିଆସୁଥିଲେ । ଦିର୍ଘ ଦିନର ଦାବୀ ତଥା କଳାକାର ଙ୍କ ଆଶା ପୂରଣ ହୋଇଛି । ଓଡିଶା ସରକାର ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ସନ୍ତ୍ରାସ ନାରାୟଣ ପଣ୍ଡାଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ପଣ୍ଡା ଯୋଗଦାନ ପରେ କଳାକାରଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଏବଂ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ମଧୁମୟ କଳା ସଂସ୍କୃତି ସଂଗଠନର ପ୍ରତିନିଧିମାନେ ସଂଗଠନର ସମସ୍ତ କଳାକାର ଏବଂ ସଦସ୍ୟଙ୍କ ତରଫରୁ ନୂତନ ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡା ଙ୍କୁ ପୁଷ୍ପଗୁଛ୍ଛ ଦେଇ ସ୍ବାଗତ କରିଥିଲେ । ବରଗଡ ଜିଲ୍ଲାରେ କଳାକାରଙ୍କ ହକ ଅଧିକାର, ଗ୍ରାମାଞ୍ଚଳରେ କଳାକାରଙ୍କ ବିକାଶ, ଉଚିତ କଳାକାରଙ୍କ ଚିହ୍ନଟ, ସରକାରୀ ସ୍ତରରେ କଳାକାରଙ୍କ ପାଇଁ ଥିବା ସୁବିଧା ସୁଯୋଗର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡା ଏଥିପ୍ରତି ନଜର ରହିବ ଏବଂ କଳା ସଂସ୍କୃତିର ବିକାଶ ପାଇଁ ବିଭାଗୀୟ ସମସ୍ତ ସୁବିଧା ସୁଯୋଗ କଳାକାରଙ୍କୁ ଯୋଗେଇ ଦିଆଯିବ ବୋଲି କହିଛନ୍ତି। ସଂସ୍କୃତି ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ ସମୟରେ ମଧୁମୟ କଳା ସଂସ୍କୃତି ସଂଗଠନର ପ୍ରତିନିଧି ଦଳରେ ସଂଗଠନର ଆଇନ ପରାମର୍ଶଦାତା ଆଶୁତୋଷ ରଥ, ସମ୍ପାଦକ ମୋତିଲାଲ ବାଗ, କୋଷାଧ୍ୟକ୍ଷ ଜଗନ୍ନାଥ କୁମ୍ଭାର ପ୍ରମୁଖ ସାମିଲ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୩/୨୦୨୨----୭,୧୦ Sakhigopal News,8/3/2022