Breaking News

ମୋନିକା ସିଂ ଭୋଇ ଚତୁର୍ଥ ଥର ପାଇଁ ସଇଁତଲା ବ୍ଲକ ଅଧ୍ୟକ୍ଷା ; ଶାସକ ବିଜେଡି ଦଳ ନିରାଶ

Monica Singh Bhoi, Saintala Block Chairman for the fourth time; The ruling BJP is disappointed.
ବଲାଙ୍ଗିର:-- ସଇଁତଲା ବ୍ଲକ ଅଧ୍ୟକ୍ଷା ଆସନ ପୂର୍ବ ଥର ପରି କଂଗ୍ରେସ ଦଳ ନିଜ ଖାତାକୁ ନେବାରେ ସଫଳ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ ଟି ପଞ୍ଚାୟତର ସମିତି ସଭ୍ୟ ପାଇଁ ନିର୍ବାଚନ ହୋଇଥିଲ । ପଞ୍ଚାୟତ ନିର୍ବାଚନରେ ଆମ୍ବପାଲି ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ଅନ୍ୟ ୨୧ ଗୋଟି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୩ ଜଣ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଶାସକ ବିଜେଡ଼ି ଦଳ ମାତ୍ର ୮ ଗୋଟି ଆସନରେ ବିଜୟୀ ହୋଇଥିଲେ । ଆଜି ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅଧିକାରୀ ନବୀନ ନାୟକଙ୍କ ତତ୍ତ୍ୱବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ମୋନିକା ସିଂ ଭୋଇ ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ଶାସକ ବିଜେଡ଼ି ଦଳ ସମର୍ଥିତ ପ୍ରାର୍ଥିନୀ ସୁକାନ୍ତି ସାହୁ ମାତ୍ର ୭ ଖଣ୍ଡ ଭୋଟ ପାଇଥିଲେ । ତନ୍ନମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡିଛି । ପୁଣି କଂଗ୍ରେସ ଦଳ ଲଗାତାର ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ପଦବୀ ବାଜିମାତ କରିଛି । ଏହା ସହିତ ମୋନିକା ସିଂ ଭୋଇ ଚତୁର୍ଥ ଥର ପାଇଁ ସଇଁତଲା ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସଇଁତଲା କଂଗ୍ରେସ କାର୍ୟ୍ୟାଳୟରେ ନୂତନ ସମିତି ସଭ୍ୟ, ସଭ୍ୟାମାନଙ୍କୁ ଓ ନୂତନ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଉପସ୍ଥିତିରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ବିଜୟ ଧାରାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ତଥା ସଇଁତଲା ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୨/୩/୨୦୨୨_---୫,୪୫
 Sakhigopal News,12/3/2022

Blog Archive

Popular Posts