ଲେଖନୀ ଅନୁଷ୍ଠାନର ବାର୍ଷିକ ମହୋତ୍ସବ ଉଦଯାପିତ ; ଓଡିଆ ଭାଷାର ପ୍ରସାର ପ୍ରଚାର ପାଇଁ ଉଦ୍ଦ୍ୟମ, କଳାକାର ମାନଙ୍କୁ ସମ୍ମାନୀତ
The annual festival of the writing institute is celebrated; Efforts to promote the Oriya language are honored by the artists
ସାକ୍ଷୀଗୋପାଳ --- ଲେଖନୀ କଳା ସାହିତ୍ୟ ସଂସ୍କୃତି ସଂସ୍ଥାନ ତରଫରୁ ସାକ୍ଷୀଗୋପାଳ ବନପୁର ଗ୍ରାମର ମହାନ୍ତିସାହିରେ ଦୁଇଦିନ ଧରି ଲେଖନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସାତଟି ପାଲା ଦଳ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ୠାୟତ ପ୍ରତାପ କୁମାର ପ୍ରଧାନଙ୍କ ଦଳକୁ ପ୍ରଥମ , ଗାୟକ ବିଶ୍ୱନାଥ ବିଶ୍ୱାଳଙ୍କ ଦଳ ଓ ଗାୟକତ୍ରିଲୋଚନ ବେହେରାଙ୍କ ଦଳ ଯୁଗ୍ମଭାବେ ଦ୍ୱତୀୟ ଓ ଗାୟତଦିପ୍ତି ରଞ୍ଜନ ପରିଡାଙ୍କତୁତୀୟ ସ୍ଥାନ ଅଧିକାର କରିଥବାରୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ତିନିଜଣ ପାଳିଆ ଓ ତିନିଜଣ ବାୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସନ୍ଦ୍ୟାରେ ପ୍ରାୟ ୩୦ ଜଣ କବି କବୟତ୍ରୀ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଉତ୍ସବରେ ଅତିଥି ଭାବେ ଶିକ୍ଷକ ତଥା ସମାଜସେବୀ ସତ୍ୟବାଦୀ ଦାଶ,କବି ତଥା ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ରତ୍ନାକର ଜେନା , କବି ରବୀ୍ନ୍ଦ୍ର ନାଥ ଷଡଙ୍ଗୀ ଓ ଗାୟତ ପ୍ରଭାକର ବିଶ୍ୱାଳ ଯୋଗ ଦେଇ ଆମ ପରମ୍ପରା , ଆମ ସଂସ୍କୃତି ବଞ୍ଚି ରହିବାକୁ ହେଲେ ପାଲା ପରିବେଷଣ ନିହାତି ଦରକାର ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଲେଖନୀ ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କୁ ଉପଢ଼ୈାକନ ସହ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ । ଦେବୀ ପ୍ରସାଦ ରଥ ଓ ନଳିନୀ ପ୍ରଭା ଦାସଙ୍କ ସଂଯୋଜନାରେ କବିତା ପାଠ ଓସଭା ପରିଚାଳନା କରାଯାଇଥିଲା । ସତ୍ୟବାଦୀ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୨---୬,୫୦
Sakhigopal News, 1/3/2022