ୟୁ ବି ହାଇସ୍କୁଲରେ ବିଶ୍ଵ ମହିଳା ଦିବସ ପାଳନ ଓ ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ଶୁଭାରମ୍ଭ
UB High School celebrates World Women's Day and launches My School Campaign Project
ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳନ ହେବା ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଠାରୁ ସଂଗୃହୀତ ଅର୍ଥ ରେ ବିଦ୍ୟାଳୟରେ ସି ସି ଟିଭି କ୍ୟାମେରା ପ୍ରକଳ୍ପ ୩୯୦୦୦ ଟଙ୍କା ବ୍ୟୟ ରେ ତଥା ସାଉଣ୍ଡ ସିଷ୍ଟମ ପ୍ରକଳ୍ପ ୧୨୦୦୦ ଟଙ୍କା ବ୍ୟୟରେ ସ୍ଥାପନ ପୂର୍ବକ କାର୍ଯ୍ୟକ୍ଷମ ହୋଇଛି । ମୋଟ ୭୫୦୦୦ ଟଙ୍କା ର ପ୍ରକଳ୍ପ ବିଦ୍ୟାଳୟ ର କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କୁ ଉତ୍ସର୍ଗ ପୂର୍ବକ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ଯେ ଆଗାମୀ ଦିନ ରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପ୍ରକଳ୍ପ ମଂଜୁରୀ ଅପେକ୍ଷାରେ ରହିଛି । ଏତଦବ୍ୟତୀତ ୨ ଓଡ଼ିଶା ବାଟାଲିୟନ ର ଏନ୍ସିସି ଆର୍ମି ଅଫିସର ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶ୍ଵ ମହିଳା ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ ଙ୍କ ସମେତ ଏୟାର୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ ,ନାଭାଲ୍ ଅଫିସର୍ କେଦାର ନାଥ ସେଠୀ, ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ, ଶିକ୍ଷକ ଉମାକାନ୍ତ ନାହାକ,ଅମିତ୍ କୁମାର ବେହେରା, ସନ୍ତୋଷ କୁମାର ବେହେରା, ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଳାସିନୀ ଜେନା, ସପନେଶ୍ବରୀ ଦିଗାଲ , ଏନ୍ ସି ସି କ୍ୟାଡେଟ ଶୁଭମ୍ ପ୍ରଧାନ, ଜୀବନ ପରିଡ଼ା , ଶ୍ରୀ ମା , ରେଶ୍ମା ବେହେରା ଓ ଶ୍ରୀ ମିଶ୍ର ପ୍ରମୁଖ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ରେ ସମଗ୍ର ବିଦ୍ୟାଳୟ ହତା ସଫେଇ କରିଥିଲେ । ଶ୍ରୀ ମିଶ୍ର " ମାତୃ ଦେବୋ ଭବ " ବାର୍ତ୍ତା ଦେଇଥଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୨---୭,୪୦
Sakhigopal News,8/3/2022