Breaking News

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଗଳିତ ଶବ ଠାବ

The corpse was found hanging from a forest
    ଭଞ୍ଜନଗର--- ଝୁଲନ୍ତା ଅବସ୍ଥାରେ ଗଳିତ ଶବକୁ ଉଦ୍ଧାର କଲା ଜଗନ୍ନାଥପ୍ରସାଦ ପୋଲିସ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମ ନିକଟରେ ଥିବା ଶାଳ ଜଙ୍ଗଲରେ । ମୃତକ ଜଣକ ନିକଟସ୍ଥ କୁମୁଣ୍ଡା ଗ୍ରାମର ଭାଇଗ ନାଇକ(୪୮) ବୋଲି ଜଣାପଡିଛି । ଖବର ନେବାରେ  ମୃତ ଉାଇଗଙ୍କ ପରିବାର ବହୁତ ଗରିବ ଅସହାୟ ଶ୍ରେଣୀର । ଗତ କିଛି ବର୍ଷ ହେଲା ,ସେ କ୍ୟାନସର ରୋଗରେ ପୀଡିତ ହୋଇ ବହୁ କଷ୍ଟ ଭୋଗିବା ସହ ନିଜ ପାଖରେ ଥିବା କିଛି ସଂପତ୍ତି ବିକ୍ରି କରି ସରକାରୀ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା । ଏହି ଘଟଣାକୁ ନେଇ ଭାଇଗ ସବୁବେଳେ ମାନସିକ ଅଶାନ୍ତିରେ ରହିଆସୁଥିଲେ ।ଗତ ୨୨.୨.୨୦୨୧ରେ ଜଗନ୍ନାଥପ୍ରସାଦ ବ୍ଲକରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଦେବାକୁଯାଇ ମୃତ୍ୟୁ ଭାଇଗ ଘରକୁ ଫେରିନଥିଲା । ସେହି ଦିନ ଠାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଭାଇଗର କୈ।ଣସି ସନ୍ଧାନ ନ ମିଳିବାରୁ ତାଙ୍କ  ସ୍ତ୍ରୀ ସୁମିତ୍ରା ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିଲା । ଗୁରୁବାର ସକାଳୁ କିଛି ମହିଳା ଶାଳ ଜଙ୍ଗଲକୁ କାଠ ଗୋଟାଇବାକୁ ଯିବା ସମୟରେ ସେହି ଜଙ୍ଗଲରେ ଦୁର୍ଗନ୍ଧ ହେଉଥିବା ଜଣାପଡିଥିଲା ।  ଏବଂ ଏକ ଗଛରେ ଝୁଲନ୍ତା ଅବସ୍ଥାରେ  ମୃତଦେହ କୁ ଦେଖି ଗାଁ ରେ ଖବର ଦେଇଥିଲେ । ସଂପୃକ୍ତ ପରିବାର ଲୋକେ ଘଟଣାସ୍ଥଳରେ ଶବକୁ ଚିହ୍ନଟ କରିବା ପରେ ଜଗନ୍ନାଥପ୍ରସାଦ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି , ଶବକୁ ଜବତ କରିବା ସହ ତଦନ୍ତକରି ପ୍ରଥମେ ଭଞ୍ଜନଗର ପରେ ବ୍ରହୁପୁର ଏଫଏମଟି ବ୍ୟବଛେଦ ପାଇଁ ପଠାଇଥିଲେ । ଏନେଇ ଜଗନ୍ନାଥପ୍ରସାଦ ଥାନାରେ ୪/୨୨ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୩/୨୦୨୨--୮,୪୦ Sakhigopal News,3/5/2022

Blog Archive

Popular Posts