Breaking News

ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର 7th କଲର ବେଲ୍ଟ ଟେଷ୍ଟ ଆଜି ଉଦଘାଟନ

The 7th Collar Belt Test of the Bargarh District Taekwondo Association was inaugurated today.
ବରଗଡ଼-- ଶନିବାର   ସକାଳ 10 ଟା ରେ ସ୍ଥାନୀୟ ଭଟଲି ଛକ ଠାରେ ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ର 7th ବେଲ୍ଟ କଲର ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଆସୋସିଏସନ ର ସଭାପତି  ନବକିଶୋର ପାଣିଗ୍ରାହୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଣିଜ୍ୟିକ ଶାଖା ର ମୁଖ୍ୟ ପ୍ରବନ୍ଧକ ବଣିଜ  ବିନାୟକ ଖମାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖମାରୀ ଙ୍କୁ ସଭାପତି ଶ୍ରୀ ପାଣିଗ୍ରାହୀ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଓଡିଶା ଟାଏକୋଣ୍ଡୋ ଆସୋସିଏସନ ର ମୁଖ୍ୟ  ମନମୋହନ ଭଞ୍ଜ , ବରଗଡ଼ ଜିଲ୍ଲା ସମ୍ପାଦକ ତଥା କୋଚ୍  ବିଜୟ କୁମାର ଭୋଇ,ଉପସଭାପତି ଆଶୁତୋଷ ରଥ,ସହ ସମ୍ପାଦିକା ରାଜଶ୍ରୀ ବଗର୍ତ୍ତି, କୋଷାଧ୍ୟକ୍ଷ ଶ୍ରୀୟା ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ । ଉକ୍ତ ବେଲ୍ଟ ଟେଷ୍ଟ ରେ 25 ଜଣ କୃତି ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶେଷରେ ରାଜଶ୍ରୀ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୫/୩/୨୦୨୨----୮,୩୦  Sakhigopal News,5/3/2022

Blog Archive

Popular Posts