Breaking News

ସପ୍ତଦଶ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ

Seventeenth Scientific Advisory Board Meeting.

ସାକ୍ଷୀଗୋପାଳ------କୃଷି ବିଜ୍ଞାନ କେନ୍ଦ୍ର ପୁରୀ ସାକ୍ଷୀଗୋପାଳ କାର୍ଯ୍ୟାଳୟ ପରିସରରେ   ସପ୍ତଦଶ ବୈଜ୍ଞାନିକ ପରାମର୍ଶ ଦାତା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।  କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ସମ୍ପକରେ ତଥ୍ୟ ରଖିଥଲେ  ।  ବିଶେଷ କରି ରବି ଋତୁର କାର୍ଯ୍ୟକ୍ରମ ଏବଂ ୨୨-୨୩ବର୍ଷ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପକରେ ଉପସ୍ଥାପନ କରିଥିଲେ । ଭାରତୀୟ କୃଷି ଗବେଷଣା ପରିଷଦ ଆଟାରୀ , କଳିକତାର ପ୍ରମୁଖ ବୈଜ୍ଞାନିକ ଡା, ଅଭିଜିତ ହାଲଦାର କୃଷି ବିଜ୍ଞାନ କେନ୍ଦ୍ର ପୁରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଅଗାମୀ ଦିନରେ ଏହି କେନ୍ଦ୍ରକୁ ଏକ କୃଷି ପର୍ଯ୍ୟଟନ ଭିତିକ କେନ୍ଦ୍ର ଭାବେ ଗଡିତୋଳିବା ପାଇଁ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଫେସର ପ୍ରସଞ୍ଜିତ ମିଶ୍ର  କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଚଳିତ ବର୍ଷ ଓୟୁଏଟିର ଶ୍ରେଷ୍ଠ କେନ୍ଦ୍ର ଭାବେ ପୁରସ୍କୃତ ହୋଇଛି ବୋଲି ବୈଠକରେ କହିଥିଲେ ।  ଏହି ବୈଠକରେ ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ, କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦୀପଶିଖା ପରମଜିତା, ଗୃହ ବିଜ୍ଞାନର ଡ. ସୁମିତ୍ରା ଆଚାର୍ଯ୍ୟ, କୃଷି ସମ୍ପସାରଣ ଅଧିକାରୀଣି ସୋନିତା ରାଣୀ  ସେଠୀ , ସତ୍ୟବାଦୀ ପ୍ରାଣୀ ଚିକିତ୍ସକ ଜ୍ଞାନ ରଞ୍ଜନ ମିଶ୍ରଙ୍କ ସହିତ ଜିଲ୍ଲାର କୃଷି  ମୁଖ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାୟ, ଜି୍‌ଲ୍ଲା ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ପ୍ରଧାନ, ମୁଖ୍ୟ ୁ ପ୍ରାଣୀଚିକିତ୍ସା ଅଧିକାରୀ ଡା. ଜି ନରେଶ କୁମାର, ପୁରୀ ଜିଲ୍ଲାର ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶକ କୁଅଁର ମାରାଣ୍ଡି, ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ଦାମଦର ପ୍ରାଣୀଗ୍ରାହି ଓ ଚାଷୀ ପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗଦେଇ ସେମାନଙ୍କ ମତ ରଖିଥଲେ । ବିଭୁ ପ୍ରସାଦ ଦାଶ ଓ ଚନ୍ଦନା ମହାପାତ୍ର ଓ ନିଭା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୩/୨୦୨୨---୯,୫୦   

Sakhigopal News, 11/3/2022

Blog Archive

Popular Posts