ଗାଁ ବୈଠକକୁ କେନ୍ଦ୍ରକରି ଗଣ୍ଡଗୋଳ ; ଘରେ ପଶି ଆକ୍ରମଣ , ମା'- ପୁଅ ଆହତ
Riots centered on village meetings; Home invasion, mother-son injured.
ଭଞ୍ଜନଗର- ଗାଙ୍ଗପୁରର ଥାନା ଅନ୍ତର୍ଗତ ମଠସାହି ଗାଁ ରେ ଘରେ ପଶି ଆକ୍ରମଣ ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣ ରେ ଆହତ ହୋଇଛନ୍ତି ମା' ଜମ୍ଭୁ ଦାସ (୫୪) ଓ ପୁଅ ମଙ୍ଗଳୁ ଦାସ(୨୭) । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ବୁଧବାର ରାତିରେ ଗ୍ରାମରେ ନାମଯଜ୍ଞ ପାଇଁ ବୈଠକ ଚାଲିଥିଲା। ଏଥିରେ କୌଣସି କାରଣରୁ ମଙ୍ଗୁଳ ସହ ଜଣେ ବ୍ୟକ୍ତିଙ୍କ ସହ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ସେହି ଗ୍ରାମର ୨ ଜଣ ବ୍ୟକ୍ତି ମଙ୍ଗଳୁର ଘରେ ପଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ଗାଙ୍ଗପୁର ପୋଲିସ ଭଂଜନଗର ମେଡିକାଲ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛି । ସେହିଭଳି ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ମଠସାହି ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୩/୨୦୨୨ ---୯,୩୦ , Sakhigopal News,11/3/2022