Breaking News

କୋରମ ଅଭାବରୁ କେତକୀପାଟଣା ପଞ୍ଚାୟତରେ ନାଏବ ସରପଞ୍ଚ ସ୍ଥଗିତ

Due to the lack of quorum, the Naib Sarpanch has been suspended in some of the panchayats.


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର କେତକୀପାଟଣା ଗ୍ରାମ ପଞ୍ଚାୟତରେ କୋରମ ଅଭାବରୁ ନାଏବ ସରପଞ୍ଚ ନିର୍ବାଚନ ହୋଇ ପାରିନଥିବା ବ୍ଳକ ନିର୍ବାଚନ ଅଧିକାରୀ  ତଥା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଆଜି ପ୍ରଶାସନ ପକ୍ଷରୁ ନାଏବ ସରପଞ୍ଚ ନିର୍ବାଚିତ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ପଞ୍ଚାୟତରେ ୧୩ ଗୋଟି ୱାର୍ଡ ରହିଛି ।  ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ।  ଗୋଟିଏ ଗ୍ରାମ ପଞ୍ଚାୟତକୁ ଛାଡି ଅନ୍ୟ ୨୩ ଗୋଟି ଗ୍ରାମ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଯାଇଛି ।  ୧୧ଗୋଟି ପଞ୍ଚାୟତରେ ବିନା ପ୍ରତିଯୋଗିତାରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ୧୨ ଗୋଟି ପଞ୍ଚାୟତରେ ନାଏବ ସରପଞ୍ଚ ପାଇଁ ପ୍ରତିଯୋଗିତା ହୋଇଥିଲା । ଶାନ୍ତିଶୃଙ୍ଖଳା ସହିତ ନାଏବ ସରପଞ୍ଚ ନିର୍ବାଚନ ଶେଷ ହୋଇଯାଇଛି । ନାଏବ ସରପଞ୍ଚ ଜିତିବା ପରେ ଅଧିକାଂଶ ପଞ୍ଚାୟତରେ ବାଣ ଫୁଟାଇ ଖୁସି ମନାଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୩/୨୦୨୨---୯,୫୫   Sakhigopal News, 11/3/2022

Blog Archive

Popular Posts