Breaking News

ଡିଏ ଭି ପବ୍ଲିକ୍ ସ୍କୁଲରେ ଋଷିବୋଧ ଦିବସ ପାଳିତ

Russian Public Day is celebrated at DAV Public School.
ଭଞ୍ଜନଗର-- ମଙ୍ଗଳବାର ଦିନ ଡି.ଏ.ଭି ପିଟି.ଏସ୍.ଆର୍ ପବ୍ଲିକ୍ ବିଦ୍ୟାଳୟ ପରିସରରେ ଋଷିବୋଧ ଦିବସ ପାଳିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଆର୍ଯ୍ୟସମାଜର ବିଧିବିଧାନ ପୂର୍ବକ ହୋମକାର୍ଯ୍ୟ ମଧ୍ୟ କରାଯାଇଥିଲା । ଡିଏଭି (ଦୟାନନ୍ଦ ଆଙ୍ଗ୍ଲୋ ବୈଦିକ )ଆର୍ଯ୍ୟସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ବତୀ ମହାଶିବ ରାତ୍ରି ତଥା ଜାଗର ଦିନ ନିଜର ନିର୍ବାଣ ( ବୋଧ) ପ୍ରାପ୍ତ ଲାଭ କରିଥିଲେ । ମାନବ ଜୀବନର ସାର୍ଥକ ନିମନ୍ତେ ପ୍ରକୃତ ନିର୍ବାଣ ପ୍ରାପ୍ତ ଲାଭ କରିଥିବାରୁ ଏହାର ମହତ୍ତ୍ବ ରହିଛି ତେଣୁ ଏହି ଦିବସକୁ ଋଷିବୋଧ ଦିବସ ରୂପେ ପାଳନ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେବା ସହ ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିବାରେ  ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୨---୧,୪୦
 Sakhigopal News,1/3/2022

Blog Archive

Popular Posts