ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଚିକିତ୍ସାକରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକଲେ ଡାକ୍ତର
The doctor celebrated Niara's birthday by treating the elderly inmates.
ଜଟଣୀ--- ଘରୋଇ ଚିକିତ୍ସାଳୟର ଜଣେ ଡାକ୍ତର ତାଙ୍କ ଜନ୍ମଦିନଟିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବୃଦ୍ଧାଶ୍ରମରେ ଅନ୍ତେବାସୀଭାବେ ଆଶ୍ରୟ ନେଇଥିବା ୩୦ଜଣ ପରିଣତ ବୟସ୍କ ବୃଦ୍ଧାବୃଦ୍ଧଙ୍କ ଗ୍ରହଣରେ ଡାକ୍ତର ରାକେଶ ଚନ୍ଦ୍ର କଲେତ ଜନ୍ମଦିନ ପାଳନ କରିବାସହ ଜନ୍ମଦିନ କେକ କାଟିଛନ୍ତି । ବୁଧବାର ଜଟଣୀସ୍ଥିତ ରାଣୀପୁରଠାରେ ଥିବା ସମାଜସେବୀ ଗୈାତମ ମହାରଣାଙ୍କ ‘ବାପା ମା ଆଶ୍ରମରେ ୩୦ରୁ ଉର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ଅନ୍ତେବାସୀ ରହିଛନ୍ତି । ତେବେ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲର ଚିକିତ୍ସକ ଡାକ୍ତର ରାକେଶଚନ୍ଦ୍ର କଲେତଙ୍କ ଜନ୍ମଦିବସ ଅବସରରେ ଏହି ଆଶ୍ରମରେ ଅନ୍ତେବାସୀଙ୍କ ଚିକିତ୍ସା କରିଥିଲେ । ସମସ୍ତ ଆଶୁ ଚିକିତ୍ସା କରାଯିବା ସହିତ ଡାକ୍ତର ରାକେଶ ସେମାନଙ୍କୁ ଆବଶ୍ୟକୀୟ ଔଷଧ, ସାନିଟାଇଜର,ମାସ୍କ ଇତ୍ୟାଦି ଯୋଗାଇଦେଇଥିବା ବେଳେ ସେମାନଙ୍କଲାଗି ଭୋଜିଭାତର ଆୟୋଜନ କରିଥିଲେ । ଏଥିରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲର ଚିକତ୍ସକ ଡାକ୍ତର ଜୟଶ୍ରୀ ମହାରଣା ଯୋଗଦେଇ ଅନ୍ତେବାସୀମାନଙ୍କ ଚିକିତ୍ସା କରାଇଥିଲେ । ଆଜିର ଏହି ଜନ୍ମଦିବସ ସଂପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହୋଇଥିଲା । ଏନେଇ ଜଟଣୀ ଓ ଏହାର ଆଖପାଖ ଅଂଚଳରେ ଡାକ୍ତରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ସୂଚନାଯେ, ଡାକ୍ତର ରାକେଶଙ୍କ ପିତା କମଳ ଲୋଚନ କଲେତ ଜଣେ ସ୍ôାସ୍ଥ୍ୟକର୍ମି ହୋଇଥିବା ବେଳେ ମାତା ଲକ୍ଷ୍ମିମୟୀ କଲେତ ଜଣେ ସମାଜସେବୀଭାବେ ଅଂଚଳର ସବୁ ଦୁଖୀରଙ୍କିମାନଙ୍କ ସେବାରେ ନିୟୋଜିତ ରହିଥାନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୩/୨/୨୦୨୨---୬,୨୦ Sakhigopal News, 3/2/2022