Breaking News

ଜଟଣୀରେ ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ; ୨ଅଭିଯୁକ୍ତ କୋର୍ଟ ଚାଲାଣ

 Mining mafia attack on tehsildar in Jatani; 2 defendants in court.


ଜଟଣୀ---- ଜଟଣୀରେ ୨୯ ତାରିଖ ଶନିବାର ରାତିରେ କାର୍ଯ୍ୟରତ ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ହୋଇଥିବା ଘଟଣାରେ ବୁଧବାର ଜଟଣୀ ପୁଲିସ  ୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ଜଟଣୀଥାନା ଅନ୍ତର୍ଗତ ବଡନୂଆଗାଁ ଅଞ୍ଚଳର ପିଣ୍ଟୁ ଓରଫ ହୃଦାନନ୍ଦ ମହାପାତ୍ର(୩୪) ଏବଂ ଏହିଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ରାଜୁ ଓରଫ ଏସକେ ଟିପୁସୁଲତାନ(୨୬) । ଅଭିଯୁକ୍ତ ଟିପୁ ସୁଲତାନଙ୍କ ନାମରେ ପୁର୍ବରୁ ଜଟଣୀଥାନାରେ ଅନେକ ମାମଲା ରହିଛି । ଅନେକ ଦିନ ହେବ ପୋଲିସ ରେକର୍ଡରେ ଫେରାର ଥିଲା । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ଟିପୁସୁଲତାନ ସଂପୃକ୍ତ ରହିଥିବା ପୁଲିସ କହିଛି । ତେଣୁ ତାକୁ କୋର୍ଟ ଚାଲାଣ କରାଯିବାପରେ ପୁରୁଣା କେଶର ତଦନ୍ତପାଇଁ ପୁଣି ରିମାଣ୍ଡରେ ଆସିବ ବୋଲି ଆଇଆଇସି ଦୟାନିଧୀ ନାୟକ କହିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପୋର୍ଟ, ୩/୨/୨୦୨୨—୬,୨୦ Sakhigopal News,3/2/2022


Blog Archive

Popular Posts