Breaking News

ଡାକବାଜିରେ ଗ୍ରାମ ଦାଣ୍ଡ ଦୁଲୁକିଲାଣି


ସାକ୍ଷୀଗୋପାଳ---- ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ସରଗରମ ହେଲାଣି ।  ରାଜ୍ୟ ସରକାର କୋଭିଡ କଟକଣାକୁ କିଛି ମାତ୍ରରେ କୋହଳ କରିଛନ୍ତି । ଏପରିକି ଗ୍ରାମ ଦାଣ୍ଡରେ ଥିବା କାନ୍ଥ ବାଡ ସବୁଠାରେ ପ୍ରାର୍ଥୀଙ୍କ ପୋଷ୍ଟର ସହ ଲେଖା  ଓ ପୁସିଂ କାର୍ଡରେ ଛାଇ ହୋଇଯାଇଛି  ପ୍ରାର୍ଥୀ ମାନଙ୍କ ଡାକବାଜିରେ ଗ୍ରାମ ଦାଣ୍ଡ ଏବେ ପଡୁଛି ଉଠୁଛି । ବିଭିନ୍ନ ସ୍ୱର ଓ ବିଭିନ୍ନ ଗୀତିକାର ମାନେ ବିଭିନ୍ନ ଗୀତ ପ୍ରାର୍ଥୀ ମାନଙ୍କ ସପକ୍ଷରେ ଗୀତ ରଚନା କରିଛନ୍ତି । ଏବେ କିଏ କେତେ ସାଉଣ୍ଡ ଦେଇ ବଜାଇ ପାରୁଛି ତାହା ମୁକାବିଲା ଚାଲିଛି । ଏ ସାହିରୁ  ଗାଡି ବାହାରିବା ପରେ ସେ ସାହିକୁ ଅନ୍ୟ ପ୍ରାର୍ଥୀଙ୍କର ପ୍ରଚାର ଗାଡି ଯାଉଛି ଏପରିକି ଗୋଟିଲ ଦାଣ୍ଡିରେ ଦୁଇ ଦୁଇଟି ପ୍ରଚାର ଗାଡି । କିଏ କ’ଣ କହୁଛନ୍ତି ତାହା ଜଣାପଡୁନାହିଁ । ଯାହାକି ଲୋକମାନେ ଅତିଷ୍ଟ ହୋଇ ପଡୁଥିବା ବେଳେ ଛୋଟପିଲା ଓ ଯୁବ ଭୋଟର ମାନଙ୍କୁ ବେଶ ପ୍ରଚାର ଗାଡିର ଗୀତ ସେମାନଙ୍କୁ  ଉତ୍ସାହିତ କରୁଛି  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୨--- ୫,୨୦  

 Sakhigopal News, 8/2/2022

Blog Archive

Popular Posts