Breaking News

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶତପ୍ରତିଶତ ପରୀକ୍ଷା ଫଳ.ମେଧାବୀ ଅଭିନନ୍ଦନ ଉତ୍ସବ





ଭଂଜନଗର - ଗତ ଦଶମ ଶ୍ରେଣୀ ପରୀକ୍ଷାରେ, ଭଂଜନଗର ସ୍ଥିତ ଡିହପଢାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶତପ୍ରତିଶତ ଛାତ୍ର ଛାତ୍ରୀ ସଫଳତା ପାଇଛନ୍ତି । ଏନେଇ ଶନିବାର ଦିନ ବିଦ୍ୟାଳୟ ପରିସରରେ, ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଅଭିଭାବକ ଏବଂ ପରିଚାଳନା କମିଟି ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ସଫଳତାରେ ଏ-୧ ରେ ୭ ଜଣ, ଏ-୨ ରେ ୨୦ ଜଣ, ବି-୧ ରେ୩୬ ଜଣ, ବି-୨ ରେ ୩୨ ଜଣ, ସି - ରେ ୨୬ ଏବଂ ଡି - ରେ ୨ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଛାତ୍ରୀ ଅଙ୍କିତା ମିଶ୍ର ସର୍ବାଧିକ ୫୬୦ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ବେଳେ ଯୁଗ୍ମ ଭାବେ ସିଦ୍ଧିପ୍ରଜ୍ଞା ପ୍ରଧାନଓ ଛାତ୍ର ଅମ୍ଳାନ ତ୍ରିପାଠୀ ୫୫୬ ମାର୍କ ରଖି ଦ୍ବିତୀୟ ଏବଂ ଛାତ୍ରୀ ଶ୍ରୀୟା ସମ୍ପୂର୍ଣ୍ଣା ବିଷୋୟୀ ୫୫୫ ମାର୍କ ରଖି ତୃତୀୟରେ ରହିଛନ୍ତି । ଏନେଇ ସମସ୍ତ ୭ ଜଣ ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକଙ୍କୁ ମେଧାବୀ ଅଭିନନ୍ଦନ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ବିଦ୍ୟାଳୟ ର ଗୈାରବ ବଜାୟ ରଖିଛି ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ମତ ରଖିଥିଲେ  ।   ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।


ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୫/୨୦୨୫----୮,୩୫ Sakhigopal News,3/5/2025

Blog Archive

Popular Posts