Breaking News

ସତ୍ୟବାଦୀର ୩୩ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ବନାମ ବିଜେପି

BJD vs. BJP in Satyavadi's 33rd Zilla Parishad zone.

 ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ୩୩ନଂ ଜୋନରେ ବିଜେଡି ବନାମ ବିଜେପି ମଧ୍ୟମରେ କଡା ଟକର ହେବ । ଏହି ଜୋନଟି କଂଗ୍ରେସର ଦୁର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ କଂଗ୍ରେସ ର କେହି ପ୍ରାର୍ଥୀ ନଥିବାରୁ ସମସ୍ତଙ୍କ ନଜର କଂଗ୍ରେସ ଭୋଟରଙ୍କ ଉପରେ ।   ୩୩ନଂ ଜୋନଟି ୯୬ଟି ୱାର୍ଡ ରହିଥବା ବେଳେ ୨୭ ହଜାର ୫୧୫  ଜଣ ଭୋଟର ରହିଛନ୍ତି । ପୁରୁଷ ୧୪ ହଜାର ୩୦୩ ଜଣ ରହିଥିବା ବେଳେ ମହିଳା ୧୩ହଜାର ୨୧୨ ଜଣ ରହିଛନ୍ତି । ପଞ୍ଚାୟତ ଗୁଡିକ ହେଲା ବଳପୁର, ମହୁରା, ସାରଙ୍ଗଯୋଡି, ବିଦ୍ୟାଧରପୁର, ପରଜାପଡା, ରାଇଖଣ୍ଡି, କେତକୀପାଟଣା, ବଳରାମପୁରଗଡ ପଞ୍ଚାୟତ । ୨୦୧୭ ମସହିାରେ ଏଠାରେ ବିଜେଡି ପ୍ରାର୍ଥୀ ଧୃବ ଚରଣ ଦାଶ ୧୧, ୭୮୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା ୭୩୦୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାତ୍ର ୧୯୧୧ ଖଣ୍ଡ ଭୋଟ ପାଇଥିଲେ  । ଏବେ ସେଠାରେ ବିଜେଡି ଦଳର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ବିଜେପି ପକ୍ଷରୁ ରତିକାନ୍ତ ମିଶ୍ର ଓ ଆମ ଆଦିମ ପାର୍ଟି ପକ୍ଷରୁ ପ୍ରତାପ କୁମାର ରଥ ଓ ଆକାଶ ନାୟକ ନିର୍ବାଚନକୁ ଓହ୍ଳାଇଛନ୍ତି । ବିଜେଡି ଦଳର ପ୍ରାର୍ଥୀ ନିଜ ଦଳର କାର୍ଯ୍ୟକଳାପ ଓ  ସ୍ଥାନୀୟ ବିଧାୟକଙ୍କ ଉପରେ ଭରଷା ରଖି ନିର୍ବାଚନ ପାର ହେବାକୁ ବସିଥବା ବେଳେ ବିଜେପି  ପ୍ରାର୍ଥୀ ଜଣେ ସାମ୍ବାଦିକ, ସମାଜସେବୀ ଏପରିକି ନିଜର ଅଙ୍ଗଦାନ କରି ସେ ଅଞ୍ଚଳରେ ବେଶ ଲୋକପିୟତା ରହିଛି । ଏହା ସହ ନିଜର  ଓ ଦଳୀୟ କର୍ମୀ ମାନଙ୍କୁ ନେଇ ନିର୍ବାଚନ ପାର ହେବାକୁ ବସିଛନ୍ତି । ବିଶେଷ କରି ଜିଲ୍ଲା ପରିଷଦ   ବିଜେଡି ଓ ବିଜେପି ଦଳ ମଧ୍ୟରେ ବଳ କଷା କଷି ହେବେ । ମାତ୍ର ଏହିି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗ ଅପେକ୍ଷା ବହୁତ ଭଲରେ ରହିଥିବାର ଜଣାପଡିଛି  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୨---୫,୪୦, Sakhigopal News,8/2/2022

Blog Archive

Popular Posts