Breaking News

ୟୁ ବି ହାଇସ୍କୁଲର ଶିକ୍ଷକ ଏବେ ଘରକୁ ଘର ବୁଲି ପାଠ ପଢାଇଲେ

UB High School teachers now teach door-to-door teaching
ଭଞ୍ଜନଗର---- କରୋନା କାଳରେ ଛାତ୍ରଛାତ୍ରୀ ଓ ଶିଶୁଙ୍କୁ ସୁରକ୍ଷାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରି ଦେଇଛନ୍ତି ।  ପ୍ରାଥମିକ ବିଦ୍ୟାଳୟସ୍ତରର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଭାସି(ଅନ୍‌ଲାଇନ) ଶିକ୍ଷା ଫଳପ୍ରଦ ହୋଇନାହିଁ । ବିଶେଷ ଭାବେ ଗ୍ରାମାଞ୍ଚଳ ଓ ସହରର ତଳିଆ ବସ୍ତିଗୁଡିକର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଉପରେ ଆଭାସି ପାଠପଢାର କୌଣସି ପ୍ରଭାବ ପଡି ନ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ମଙ୍ଗଳବାର ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ,ଭଂଜନଗର ର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ସମେତ ଶିକ୍ଷକ ଉମାକାନ୍ତ ନାହାକ, କେଦାରନାଥ ସେଠୀ, ପ୍ରଶାନ୍ତ କୁମାର ପ୍ରଧାନ, ଶ୍ୟାମା ପ୍ରସାଦ ମିଶ୍ର, ସନ୍ତୋଷ କୁମାର ବେହେରା, ଅମିତ୍ କୁମାର ବେହେରା ବିଦ୍ୟାର୍ଥୀ ମାନଙ୍କ ଗୃହ ରେ ପହଞ୍ଚି ପାଠପଢ଼ା ତଦାରଖ କରିବା ସଙ୍ଗେ ସଙ୍ଗେ ପରୀକ୍ଷା ଉପଯୋଗୀ ପରାମର୍ଶ ଦେଇଥିଲେ।  ସଂପ୍ରତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା କୁ ଶତ ପ୍ରତିଶତ ସଫଳ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୨/୨୦୨୨ ---୭,୦୦ 
Sakhigopal News,୨/୨/୨୦୨୨

Blog Archive

Popular Posts