ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Odisha Workers 'Journalists' Union staff selection and promotion meeting is held.
ବରଗଡ:-ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ କର୍ମକର୍ତ୍ତା ନିର୍ବାଚନ ଯୁବକ ସଂଘ ବରଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଶାଖାର ସଭାପତି ଭାବରେ ଆଶୁତୋଷ ରଥ , ଉପସଭାପତି କିଶନଲାଲ ଅଗ୍ରଓ୍ବାଲ , ସଂପାଦକ ବଳରାମ ଦୀପ , ସହସଂପାଦକ ଚୈତନ୍ୟ ବାଗ , କୋଷାଧ୍ୟକ୍ଷ ସରୋଜ ନାୟକ , ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ ,ମିଡିଆ ପ୍ରଭାରୀ ଶୁଶୋଭନ ଦାଶ , ଯୋଜନା ଅଧିକାରୀ ଦିଲ୍ଲିପ କୁମାର ଦାଶ ଏବଂ ଆଇନ ପରାମର୍ଶଦାତା ଆଇନଜୀବି ରମେଶ ପତି ଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ଧରଣୀ ଧର ବାରିକ, ଜଗବନ୍ଧୁ ସାହୁ, ହିମାଂଶୁ ଶେଖର ନନ୍ଦ, ଆନନ୍ଦ ମହାପାତ୍ର, ଜଗନ୍ନାଥ କୁମ୍ଭାର, ଆକାଶ କୁମାର ମେହେର, ସଂଜୀବ ଲୁହା ଏବଂ କୃତ୍ତିବାସ ବିଶ୍ୱାଳ ପ୍ରମୁଖ ଙ୍କୁ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଳ୍ୟାଣୀ ଦାଶ , ମୁଖ୍ୟ ବକ୍ତା ଭାବରେ ବରଗଡର ଜଣାଶୁଣା ସମାଜସେବୀ ସମ୍ବିତ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ର ,ସଭାପତି ଆଶୁତୋଷ ରଥ,ସଂପାଦକ ବଳରାମ ଦୀପ , ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ , ଆଇନଜୀବି ରମେଶ ପତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ "ସମାଜ ସୁଧାର କ୍ଷେତ୍ରରେ ଗଣମାଧ୍ୟମର ଭୁମିକା " ପ୍ରସଙ୍ଗରେ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସଙ୍ଗ ଉପରେ ମୁଖ୍ୟ ଅତିଥି ଶ୍ରୀମତୀ ଦାଶ ଗଣମାଧ୍ୟମର ଭୁମିକା ଓ କର୍ତ୍ତବ୍ୟ ଉପରେ ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମ ପ୍ରତିନିଧି ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ ସହିତ ସତ୍ୟତା କୁ ସାମନାକୁ ଆଣି ଲୋକ ହିତକର ଉଦେଶ୍ୟରେ କଳମ ସାଧନା କରିବା ପାଇଁ ଉଦବୋଧନ ଦେଇଥିଲେ । ସଂଘର ୪୦ ଜଣ ସଦସ୍ୟଙ୍କୁ ନବୀକରଣ ପରିଚୟ ପତ୍ର ଏବଂ ୨୨ ଜଣ ସାମ୍ବାଦିକ ଙ୍କୁ ୨ ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ବଣ୍ଡ ମଞ୍ଚାସୀନ ଅତିଥି ମାନେ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସୁଶ୍ରୀ ଶୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିବା ବେଳେ ଶେଷରେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ,୨/୨/୨୦୨୨----୪,୨୦

Sakhigopal News,2/2/2022