ଗାଦିବ୍ରହ୍ମ ପୀଠରେ ୨୬ବର୍ଷ ହେବ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ
At Gadibrahma Peetha, the Ashtaprahari and Namayajna will be held for 26 years
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ଲୋକକଳା ଗ୍ରାମ ସାରଙ୍ଗଯୋଡିର ପଲ୍ଲୀ ଗ୍ରାମ ବାଇଁଶବାଡି ଗ୍ରାମରେ ଥିବା ଆର୍ତ୍ତତ୍ରାଣ ଗାଦିବ୍ରହ୍ମ ପୀଠରେ ଦୁଇ ଦିନ ଧରି ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଯମୁନା ଗାଧୁଆ ନୀତି କରାଯିବା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ସାରସ୍ୱତ ଉତ୍ସବରେ ଗ୍ରାମର ବାବା ଗାଦିବ୍ରହ୍ମ ସଂକୀର୍ତ୍ତନ ଦଳ ସହିତ ପଥୁରିଆସାହି, ଗେଣ୍ଡାମାଳି. ବିଶ୍ୱନାଥପୁର ପାଟଣାସାହି, ଜେନାସାହି, ବେହେରାସାହି, କଁଳପଡା, ତିହସାହି, ମୁନିଦା, ବାରମାଣସାହି, ମଳୁଖପାଟଣା, ପାଟପୁରପ୍ରମୁଖ ୧୪ ଗୋଟି ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ବିଶେଷ କରି ସଂକୀର୍ତ୍ତନ ଆମ ଓଡିଆ ଭାଷାର ଏକ ଅଙ୍ଗ, ଏହା ଆସ୍ତେ ଆସ୍ତେ ଲୋପ ପାଇଯାଉଛି । ଏହାକୁ ବଞ୍ଚେଇ ରଖିବା ପାଇଁ ଗ୍ରାମରେ ୨୬ ବର୍ଷ ହେବ ଏହି ମହୋତ୍ସବ ମାଧ୍ୟମରେ ନାମ ସଂକୀର୍ତ୍ତନର ପ୍ରସାର ପ୍ରଚାର କରାଯାଉଛି ବୋଲି ସତ୍ୟବାଦୀ ବ୍ଳକର କଳା ସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ କହିଥିଲେ । ସଂକୀର୍ତ୍ତନ ଗୁରୁ କୁଳମଣି ବିଶ୍ୱାଳ, ଗୁରୁ ଧୁରନ୍ଦର ପ୍ରଧାନ ଗ୍ରାମ୍ୟ କମିଟିର ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, ଦୁଖିଶ୍ୟାମ ପଲେଇ, ଶଙ୍କର ପଲେଇ, ସୁରେନ୍ଦ୍ର ନାୟକ, ଧୁଳିଆ ନାୟକ, ଏକେଇ ନାୟକ, କବି ପ୍ରସାଦ ପଲେଇ, ସନାତନ ମହାରଣା, ହାଲୁ ପ୍ରଧାନ, ବୁଦ୍ଧିନାଥ ନାୟକ, ପିୟବ୍ରତ ପ୍ରଧାନ, ହେମନ୍ତ ପ୍ରଧାନ, ଦୁର୍ଯ୍ୟୋଧନ ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୨/୨୦୨୨----୬,୩୦
Sakhigopal News--2/2/2022