Breaking News

ଜଟଣୀ ମହାବିଦ୍ୟାଳୟରେ “ରକ୍ତ ହିଁ ଜୀବନ” ଆଲୋଚନା ଚକ୍ର


"Blood is life" seminar at Jatani College.


ଜଟଣୀ----- “ରକ୍ତ ହିଁ ଜୀବନ” ଏବଂ ପ୍ରତିଟି ଜୀବନ ପାଇଁ ରକ୍ତର ଆବଶ୍ୟକତା ଅପରିହାର୍ଯ୍ୟ । ଉକ୍ତ ଶୀର୍ଷକ ଅନୁଶୀଳନରେ ଜଟଣୀ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ଉଦ୍‌ଘାଟନ କରି ରକ୍ତ ଦାନକୁ ସୃଷ୍ଟିର ଏକ ଶ୍ରେଷ୍ଠ ଉପାଦାନ ବୋଲି ବିବେଚନା କରିଥିଲେ । ଅତିଥିଭାବେ ଭାରତୀୟ ରକ୍ତ ଦାତା ସଂଘର ଉପସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ତ୍ରିପାଠୀ ଯୋଗଦେଇ ନିୟମିତ ରକ୍ତଦାନ ଏକ ନିରାମୟ ଜୀବନ ପ୍ରଦାନ କରିବ ବୋଲି ବକ୍ତବ୍ୟ ରଖ୍ ଛାତ୍ରଛାତ୍ରୀମାନଙ୍କୁ  ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।  ରେଡ଼କ୍ରସ ଅଧ୍ୟାକାରିଣୀ ଅଧ୍ୟାପିକା ପରମିତା ପ୍ରହରାଜ ସ୍ୱାଗତ ଭାଷଣ ଦେବା ସହ ଅତିଥ୍ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅଧିକାରୀ ଅଧ୍ୟାପକ କାର୍ତିକ ଚନ୍ଦ୍ର ଦାସ ପରିଶେଷରେ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ଆଲୋକ କୁମାର ଛୋଟରାୟ । ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଡ ସନ୍ତୋଷ କୁମାର ବିଶ୍ୱାଳ, ଡ. ତପନ ମିଶ୍ର, କଳ୍ପନା ସାହୁ, ନିଳୀମା ଦେବୀ, ଅନୀଲ ନନ୍ଦ, ଡ. ଲିଙ୍ଗରାଜ ପାତ୍ର, ଗଣେଶ୍ବର ମଲ୍ଲିକ, ପ୍ରଜ୍ଞାପରମିତା ମିଶ୍ର, ପ୍ରୀତିସୀମା ସ୍ୱାଇଁ, ପ୍ରତାପ ମହାପାତ୍ର ପ୍ରମୁଖ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧୨/୨୦୨୧----୯, ୪୫ Sakhigopal News,7/12/2021

Blog Archive

Popular Posts