Breaking News

ଶ୍ରମିକ କଂଗ୍ରେସର ଦାବି ଉପରେ ନୂତନ ଡି ଆର୍ ଏମ୍ ଙ୍କ ମୋହର



ଜଟଣୀ --- ସ୍ଥାନୀୟ ସୀତାରାମ ଛକରୁ ୬୦ ପୁଟିଆ ରାସ୍ତା ଷ୍ଟେସନ ସାମ୍ନା ଦେଇ ହାଟ ବଜାର ନିକଟରୁ  ୯୦ ଡିଗ୍ରୀ ଡାହାଣକୁ ବୁଲି ଚର୍ଚ୍ଚ ସାମନା ଦେଇ ଆକାଉଣ୍ଟ କଲୋନୀ ଶେଷରେ ପୁନଃ ୯୦ ଡିଗ୍ରୀ ଡାହାଣକୁ ବୁଲି ସ୍ରଷ୍ଟା ସାମନା ଦେଇ ବ୍ୟାଙ୍କ୍ ଛକରେ ମୁଖ୍ୟ ରାସ୍ତା କୁ ଯୋଗ ହେବ। ARC ଚୌଦ୍ଵାର ମଡେଲ ରେ ହେବ କଲୋନୀ ସୁରକ୍ଷା,ଚାରୋଟି ଗେଟ୍ ରହିବ, ରହିବେ ଜଗୁଆଳି, ବାହାର ଲୋକଙ୍କ ପ୍ରବେଶ ମନା, କେବଳ ରେଳ କର୍ମଚାରୀ ଓ ତାଙ୍କ ବନ୍ଧୁ ବାନ୍ଧବ ମାନେ ସହମତିରେ କରିବେ ପ୍ରବେଶ । କଲୋନୀ ବାସୀଙ୍କ ସୁରକ୍ଷା ପାଇଁ ଶ୍ରମିକ କଂଗ୍ରେସର ପ୍ରୟାସ। ପ୍ରଥମେ ଓଭର ହେଡ ଟାଙ୍କି ଶ୍ରମିକ କଂଗ୍ରେସ ଦାବିରେ ସଫଳ ହୋଇଥିଲା । ଏବେ ନରାଜ ପାଣି ବ୍ୟବସ୍ଥା ଖୁବ୍ ଶୀଘ୍ର। ଡି ଆର ଏମ୍ ଅଫିସ୍ ମୁଖ୍ୟ ରାସ୍ତା କୁ ଗେଟ୍ ଖୋଲିବ । କର୍ମଚାରୀ ମାନଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା । ଲାଇନ କଟିଲା ବେଳେ ଜେନେେଟର ମାଧ୍ୟମ ରେ ସମସ୍ତ କଲୋନୀରେ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା। ନୂତନ ଷ୍ଟେସନ ବିଲ୍ଡିଂ ଯଥା ଶୀଘ୍ର ଲୋକାର୍ପଣ। ଗାର୍ଡ ମାନଙ୍କ ଡିଉଟି ରୋଷ୍ଟର ଗାର୍ଡ ପରିବର୍ତ୍ତେ ରୋଷ୍ଟର୍ କ୍ଲର୍କ ମାନଙ୍କ ଦ୍ଵାରା କରାଇବା ଇତ୍ୟାଦି ୬ ଦଫା ଦାବି ଚଳିତ ବର୍ଷର ପ୍ରଥମ ମଣ୍ଡଳ ସ୍ଥରୀୟ ପି ଏନ୍ ଏମ୍ ଶ୍ରମିକ କଂଗ୍ରେସ ର ଦାବିକୁ ଯଥାର୍ଥ ଅନୁଭବ କରି ରେଳ ପ୍ରସାସନ ଏଥିରେ ମୋହର ଲଗାଇ ଥିବାରୁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ ଡି ଆର୍ ଏମ୍ ଶ୍ରୀ ରୀଙ୍କେସ ରାୟ ଙ୍କୁ ଭୂରୀୟସି ପ୍ରଶଂସା କରିଛନ୍ତି।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୦/୨୦୨୧ ----୬,୧୦  
Sakhigopal News,3/10/2021

Blog Archive

Popular Posts