Breaking News

ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ପାଇଁ ଦାବି ଦିବସ ପାଳିତ

Demand Day for Passenger Train Traffic

ଜଟଣୀ----- କରୋନା ସଂକ୍ରମଣ ପ୍ରତିଷେଧକ ସ୍ୱରୂପ ରେଳ ମନ୍ତ୍ରଣାଳୟ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବାତିଲ୍ କରିଥିଲେ। କରୋନା ପ୍ରଭାବରେ ଅନେକ ଲୋକମାନେ ଜୀବିକା ହରାଇଛନ୍ତି। ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିବାରୁ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଚାକିରିଆଙ୍କ ଦରମା କମିଛି। ନିର୍ମାଣ କ୍ଷେତ୍ର ପ୍ରଭାବିତ ହୋଇଛି। କରୋନା ପୂର୍ବରୁ ସ୍ୱଳ୍ପ ବେତନଭୋଗୀ ଘରୋଇ କମ୍ପାନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଚାକିରିଆଙ୍କଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମିସ୍ତ୍ରୀ, ବଢେଇ, ପାଣି ପାଇପ ମିସ୍ତ୍ରୀ, ଇଲେକ୍ଟ୍ରିସିଆନ୍, ବୁଲା ବିକାଳିମାନେ ମାସକୁ  ୧୫୦ ରୁ ୩୦୦ ଟଙ୍କାର ମାସିକିଆ ଟ୍ରେନ୍ ଟିକଟ କ୍ରୟ କରି ଘରୁ କର୍ମସ୍ଥଳିକୁ ଯାତାୟତ କରୁଥିଲେ। କାରଣ ସହରରେ ଘରଭଡା ନେଇ ପରିବାର ସହିତ ରହିବା ଭଳି ରୋଜଗାର ଏମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଜୀବିକା ସହିତ ଯୋଡି ହେବାପାଇଁ ସରକାର ଶ୍ରମଜୀବି ଜନତାଙ୍କ ପାଇଁ ଅନେକ କରୋନା କଟକଣା କୋହଳ କରିଛନ୍ତି। ମାତ୍ର ରେଳ ମନ୍ତ୍ରଣାଳୟ ପୂର୍ବ ଭଳି ପାସେଞ୍ଜର ଟ୍ରେନ୍ ପରିବର୍ତ୍ତେ ସ୍ପେଶାଲ ଟ୍ରେନ୍ ଚଳାଇ ପୂର୍ବ ଭଡାଠାରୁ ୬ ଗୁଣ ଅଧିକ ଭଡା ଆଦାୟ କରି ଯାତ୍ରୀମାନଙ୍କୁ ଶୋଷଣ କରୁଛି। ପୂର୍ବଦିନରୁ ଅନଲାଇନ ମାଧ୍ୟମରେ ଟ୍ରେନ୍ ଟିକଟ କିଣିବା ଶ୍ରମଜୀବିଙ୍କ ପାଇଁ ସମ୍ଭବ ନୁହେଁ। ପ୍ରତି ଷ୍ଟେସନରେ ଟ୍ରେନ୍ ଟିକଟ ବିକ୍ରି ହେଉ ନାହିଁ। ତେଣୁ ପାସେଞ୍ଜର ଟ୍ରେନ୍ ଚଳାଚଳ ଓ ଷ୍ଟେସନ କାଉଣ୍ଟରରେ ଡେଲି ଓ ମାସିକିଆ ଟିକଟ ବିକ୍ରି ଆରମ୍ଭ କରିବା ଦାବିରେ ଫେଡେରେସନ ଅଫ୍ ଡେଲି ଟ୍ରେନ୍ ପାସେଞ୍ଜର ଆସୋସିଏସନ ତରଫରୁ ୩୧ ଅକ୍ଟୋବରକୁ ଦାବି ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆ ଯାଇଥିଲା। ଖୋର୍ଦ୍ଧା ରୋଡ ଷ୍ଟେସନ ସମ୍ମୁଖରେ ଡେଲି ପାସେଞ୍ଜର ଆସୋସିଏସନ ତରଫରୁ ଅର୍ଜୁନ ଚରଣ ସାମନ୍ତରାୟ, ଟୁନା ମିଶ୍ର, ନିରଞ୍ଜନ ବେହେରା, ପ୍ରଦୀପ ପଟ୍ଟନାୟକ, ସଚ୍ଚିଦାନନ୍ଦ ପଣ୍ଡା , ଜଟଣୀ ଲୟର୍ସ ଆସୋସିଏସନ ତରଫରୁ ପ୍ରଦୀପ କୁମାର ମହାନ୍ତି, ବରିଷ୍ଠ ନାଗରିକ ମଞ୍ଚ -ଜଟଣୀ ତରଫରୁ ଭକ୍ତବନ୍ଧୁ ଚୌଧୁରୀ,ବିଶ୍ୱନାଥ ମହାନ୍ତି, ରବିନ୍ଦ୍ର କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦାବି ଦିବସ ପାଳନ ହୋଇଯାଇଛି। ନିରାକାରପୁର ଷ୍ଟେସନ ସମ୍ମୁଖରେ ଲକ୍ଷ୍ମୀଧର ସାମନ୍ତରାୟ, ବିଶ୍ବ ରଞ୍ଜନ ମହାନ୍ତି, ଶଙ୍କର ବେହେରା,   କାଇପଦର ଷ୍ଟେସନ ସମ୍ମୁଖରେ ଶ୍ରୀନିବାସ ପ୍ରଧାନ, ରାମଚନ୍ଦ୍ର ସ୍ୱାଇଁ, ରମେଶ ପ୍ରଧାନ, ସର୍ବେଶ୍ବର ପରିଡା, ଭୁଷୁଣ୍ଡପୁରରେ ପ୍ରଶାନ୍ତ କୁମାର ସ୍ବାଇଁ, ଲୋକନାଥ ବାବୁ, ଶିବାନନ୍ଦ ମାର୍ଥାଙ୍କ ନେତୃତ୍ୱରେ ଦାବି ଦିବସ ପାଳନ ହୋଇଯାଇଛି। ଯାତ୍ରୀବାହି ବସ୍ ଏବଂ ରେଳ ବିଭାଗ ସ୍ପେଶାଲ ଟ୍ରେନ୍ ଚଳାଉ ଥିବା ବେଳେ ପାସେଞ୍ଜର ଟ୍ରେନ୍ କାହଁକି ଚଳାଉ ନାହିଁ ବୋଲି ମହାସଂଘ ସଭାପତି ଅର୍ଜୁନ ସାମନ୍ତରାୟ ପ୍ରଶ୍ନ କରିଛନ୍ତି। ତୁରନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ନ କଲେ ଓଡିଶାର ଶ୍ରମଜୀବି ଜନତା ଗଣତାନ୍ତ୍ରିକ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ଏବଂ ସେଥିପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦାୟୀ ରହିବେ ବୋଲି ମହାସଂଘ ରାଜ୍ୟ ସଂଯୋଜକ ରାମଶଙ୍କର ପ୍ରକାଶ କରିଛନ୍ତି।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୦/୨୦୨୧----୧୦,୨୦ Sakhigopal News 31/10/2021

Blog Archive

Popular Posts