Breaking News

୩୩କେଭି ଓ ୧୧ ଏଲଟି କର୍ମଚାରୀଙ୍କ ର ବିଦ୍ୟୁତ ସୁରକ୍ଷା ସମନ୍ଧରେ ଏକ କର୍ମଶାଳା

 A workshop on electrical safety for 33 kV and 11 LT employees
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବିଦ୍ୟୁତ୍ ସବଡିଭିଜନ ଅଧିନସ୍ଥ ଥୁଆପାଲି ସବଷ୍ଟେସନ ଠାରେ ୩୩କେଭି ଓ  ୧୧ ଏଲଟି କର୍ମଚାରୀଙ୍କ ର ବିଦ୍ୟୁତ ସୁରକ୍ଷା ସମନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭେଡେନ ବିଦ୍ୟୁତ ବିଭାଗର ଏସ ଡି ଓ ବାଞ୍ଛାନିଧି ନାୟକ , ୩୩ କେଭି ର ଇନ୍ଚାଚାର୍ଜ ସୌମ୍ୟରଞ୍ଜନ ମାନିଆ  ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟୁତ ସଜାଡିବା ସମୟରେ କିପରି ଭାବରେ ନିଜର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ବିଦ୍ୟୁତ ସଜାଡିବା ସମ୍ବନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସମୟରେ ଥୁଆପାଲି ସବଷ୍ଟେସନ ର ସେକ୍ସନ୍ ଅଫିସର ପବିତ୍ର ମୋହନ ପାଢ଼ୀ ଓ ଖୁଣ୍ଟିଲିପାଲି ସବଷ୍ଟେସନ ର ସେକ୍ସନ୍ ଅଫିସର ଅମିତ ପ୍ରଧାନ ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ପରିଶେଷରେ ଥୁଆପାଲି ସେକ୍ସନ୍ ଅଫିସର ପବିତ୍ର ମୋହନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
  ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୦/୨୦୨୧---୭,୨୫   
Sakhigopal News,30/10/2021

Blog Archive

Popular Posts