Breaking News

ଗ୍ରାମ ପୋଖରୀରୁ ଦଳ ସଫେଇ ହେଲା

 


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତର ଚୁରାଳି ଗ୍ରାମରେ ଥିବା ବଡ ପୋଖରୀରୁ ଗ୍ରାମବାସି ମାନେ ମିଳିତ ହୋଇ କଳକତି ଦଳ ସଫେଇ କରିଛନ୍ତି । ଏହି ପୋଖରୀଟି ଗ୍ରାମ ପଞ୍ଚାୟତ ଅଧିନରେ ରହିଛି । ବର୍ଷକରୁ ଅଧିକ ଦିନ ହେବ କଳକତି ଦଳ ପୂର୍ଣ୍ଣ ହୋଇଯିବା ସହ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିଲା । ଯାହା ଫଳରେକି ଗ୍ରାମରେ ମଶା ବଂଶ ବୃଦ୍ଧି ପାଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ରାଉତରାୟଙ୍କ ନେତୃତ୍ୱରେ ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ସହଯୋଗରେ ପୋଖରୀରୁ ଦଳ ସଫେଇ  ଆରମ୍ଭ କରାଯାଇଛି । 




 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୦/୨୦୨୧---୭,୨୫ 

  Sakhigopal News, 29/10/2021

Blog Archive

Popular Posts