ଭାଗବତ ଟୁଙ୍ଗି ଘର ନିର୍ମାଣ ପାଇଁ ଜିଲ୍ଲାପାଳ ନର୍ଜର ଦେବାକୁ ଦାବି କଲେ ଗ୍ରାମାବସୀ
ସାକ୍ଷୀଗୋପାଳ ------ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଭାଗବତ ଟୁଙ୍ଗୀ ଗୁଡିକର ଉନ୍ନତି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଛି । ମାତ୍ର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପୁରୁଣାସମେଶ୍ୱରପୁର ଗ୍ରାମରେ ଥିବା ଭାଗବତ ଘର ଫନି ବାତ୍ୟା ପରଠାରୁ ଭାଙ୍ଗି ଯିବା ପରେ ଦୁଇ ବର୍ଷ ହୋଇଗଲା ପଲିଥିନି ତଳେ ଏବେ ଭାଗବତ ଠାକୁର ରହିଛନ୍ତି । ଗ୍ରାମବାସୀ ମାନେ ଏ ସମ୍ପର୍କରେ ପ୍ରଶାସନ ଠାରୁ ଜନପ୍ରତିନିଧି ମାନଙ୍କୁ ଅନେକଥର ଦାବିପତ୍ର ଦେଇଛନ୍ତି ତା ବଦଳରେ ରାଜନୈତିକ ନେତାଙ୍କ ଠାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମିଳିଛି କେବଳ ପମ୍ପା ବା ମିଥ୍ୟା ପ୍ରତିଶୃତି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଗ୍ରାମରେ ଥିବା ଭାଗବତ ଟୁଙ୍ଗୀ ଗୃହ ନିର୍ମାଣ କରିବାରେ ପକ୍ଷପାତି ନୀତି କରାଯାଉଛି ବୋଲି ଗ୍ରାମ ଟ୍ରଷ୍ଟ ବୋର୍ଡର ସଭାପତି ଦୀନବନ୍ଧୁ ବେହେରା କହନ୍ତି । ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୦/୨୦୨୧---୮,୦୫
Sakhigopal News, 25/10/2021