ବଳପୁର ଗ୍ରାମ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ; ଶତାଧିକ ବିଜେପି ଓ କଂଗ୍ରେସର କର୍ମୀ ସାମିଲ ହେଲେ
BJD amalgamation ceremony held in Balpur village panchayat; Hundreds of BJP and Congress workers joined
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ହରି ସହଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେଡି ଦଳର ଏକ ମିଶ୍ରଣ ର୍ପବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ମତ ରଖିଥିଲେ । ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି ଓ ଚାଲିବ ବୋଲି କହିଥିଲେ । ସ୍ଥାନୀୟ ବିଜେଡି କର୍ମୀ ମାନେ ସଂକୀର୍ତ୍ତନ ସହ ବିଜେଡି କର୍ମୀ ମାନେ ବିଧାୟକ ଶ୍ରୀ ସମାନ୍ତରାୟଙ୍କ ସହିତ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କୁ ମିଶ୍ରଣ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ଉକ୍ତ ପଞ୍ଚାୟତର ବିଜେପି ଓ କଂଗ୍ରେସ ଦଳର ପ୍ରାୟ ଶତାଧିକ ର୍କମୀ ମାନେ ବିଜେଡି ଦଳରେ ମିଶିଥିଲେ । ବଳପୁର ଶାସନର ପ୍ରମୋଦ କୁମାର ମହାପାତ୍ର, ରଘୁନାଥ ମହାପାତ୍ର, ଆନନ୍ଦପୁର ଗ୍ରାମର ବସନ୍ତ କୁମାର ପଣ୍ଡା, ରାମଚନ୍ଦ୍ର ବେହେରା, ଭିମସେନ ବେହେରା, କୁସୁମେଶ୍ୱର ଗ୍ରାମର ଭାସ୍କର ବେହେରା, ମାଧବ ବେହେରା, ମାଳିସାହିର କାଳୁ ଚରଣ ଭୋଇ, ଶରତ ଚନ୍ଦ୍ର ଭୋଇ,ଦେବେନ୍ଦ୍ର ମଲିକ, ରମେଶ ଭୋଇ, , ବେହେରାସାହିର ଭଗବାନ ମହପାତ୍ର ନରେନ୍ଦ୍ର ବେହେରା,ପଣ୍ଡାସାହିର ମଙ୍ଗଳି ଦାସ, ଅଗାଧୁ ଦାସ,ପଥୁରିଆ ସାହି ଓ ଦୁହୁଡି ସାହିର ବୁଧିଆ ଜେନା, ଦ୍ୱୁତିୟା ଲେଙ୍କା ବଁପାଳ ଗ୍ରାମର କାଳୁ ନାୟକ ବିନୟ ନାୟକ ପ୍ରମୁଖ ବିଜେଡି ଦଳୀୟ ଉତ୍ତରୀୟ ପକାଇ ଦଳରେ ସାମିଲ ହୋଇଥିଲେ । ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ , ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତିଙ୍କ ସହିତ ବଳପୁର ପଞ୍ଚାୟତର ସମିତିସଭ୍ୟ, ବିଜେଡି ସଭାପତି ଓ ମହିଳା ନେତ୍ରୀ ଲକ୍ଷ୍ମୀପିୟା ଦାଶ , ସମାଜସେବୀ ଶଙ୍କର ପ୍ରଧାନ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ ।
Sakhigopal News, 30/10/2021