ଭଡାଟିଆ ଅପରାଧୀଙ୍କ ସହଯୋଗରେ କରୁଥିଲେ ଲୁଟ୍ , ଧରାପଡିଲେ ୫ ଲୁଟେରା , ନଗଦ ଟଙ୍କା , ବାଇକ୍ ଓ ଛୁରୀ ଜବତ
ଭଞ୍ଜନଗର-- ଗାଙ୍ଗପୁର ଥାନା ପୋଲିସ ଦ୍ବାରା , ୫ ଜଣ ଲୁଟେରା ଗିରଫ । ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ନଗଦ ୪୮ ହଜାର ଟଙ୍କା ଲୁଟି ନେଇଥିଲେ । ଗାଙ୍ଗପୁର ଥାନା ରେ ଅଭିଯୋଗ ହୋଇଥିଲା । ଏନେଇ ଗାଙ୍ଗପୁର ଥାନା ପୋଲିସ ଥାନା କେଶ୍ ନମ୍ବର ୪୭୨/୨୧ ରେ ମାମଲା ରୁଜୁ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତଲା ଲୁଟେରା ଏବଂ ସହଯୋଗୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଗାଙ୍ଗପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଭଂଜନଗର SDPO ଶୁଭ୍ରାଂଶୁ ଶେଖର ମିଶ୍ର । ସୂଚନା ପ୍ରକାରେ ଗତ ୨୨ ତାରିଖରେ , ନିକଟସ୍ଥ ଡି.ସିଙ୍ଗିପୁର ଗାଁ ନିକଟରେ ହୋଇଥିଲା ଏହି ଲୁଟ୍ ଘଟଣା । ସୋରଡ଼ା ,ଭାରତ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଋଣଟଙ୍କା ସଂଗ୍ରହ କରି ଫେରୁଥିଲେ । ଗୋଟିଏ ମୋଟର ସାଇକେଲରେ ୩ ଜଣ ଦୁର୍ବୃତ୍ତ ଆସି , ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ନେଇଥିଲେ । ଏନେଇ ସଂପୃକ୍ତ କମ୍ପାନୀ ର କର୍ମଚାରୀ ଟୁଟୁ ବେହେରା ଥାନାରେ ଅଭିଯୋଗ କରିଥିଲେ । ଏହି ଲୁଟ୍ ଘଟଣା ରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍ କରିଥିବା ୪୮ ହଜାର ଟଙ୍କା ଓ ଗୋଟିଏ ମୋଟର ସାଇକେଲ , ଛୁରୀ ଓ ୫ ଟି ମୋବାଇଲ , ବହୁ ସଂଖ୍ୟାର ଏଟିଏମ୍ କାର୍ଡ , ଭୋଟ ପରିଚୟପତ୍ର ଓ ବ୍ୟାଗ୍ ଜବତ କରିଛି ପୋଲିସ । ଏହି ଘଟଣାରେ ସ୍ଥାନୀୟ ଦୁଇଜଣ ଦୁର୍ବୃତ୍ତ ସଂପୃକ୍ତ ଥିବାବେଳେ , ହିଞ୍ଜିଳି ଥାନା ଅଞ୍ଚଳର ୩ ଜଣ ଲୁଟେରା ଙ୍କୁ ଏହି ଲୁଟ୍ ଘଟଣାରେ ସାମିଲ୍ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଏବଂ ଅନ୍ୟ ଅଞ୍ଚଳର ଅପରାଧୀ ଙ୍କୁ ବ୍ୟବହାର କରୁଥିଲେ । କିଛିଦିନ ର ନୀରବତା ପରେ ଅପରାଧୀ ଗୋଷ୍ଠୀ ପୁଣି ଚଳଚଞ୍ଚଳ ହେଉଥିବା ବେଳେ ପୋଲିସ ମଧ୍ୟ ସେମାନଙ୍କୁ ସାବାଡ୍ କରିବାପାଇଁ ଯୋରଦାର୍ ଚଢ଼ାଉ ଆରମ୍ଭ କରିଛି । ତେବେ ଆସନ୍ତା ନିର୍ବାଚନ ପୂର୍ବରୁ , ଅପରାଧ ଓ ଅପରାଧୀ ଙ୍କୁ ଦମନ କରାଯିବ । କୈାଣସି ପ୍ରକାରେ ଅସାମାଜିକ ଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୧୦/୨୦୨୧ Sakhigopal News,26/10/2021