Breaking News

ଶିଶୁ ଭବନର ପ୍ରତିଷ୍ଠାତା ସ୍ୱର୍ଗତ ବାମନ ଦାଶଙ୍କ ୧୪ତମ ଶ୍ରାଦ୍ଧ ଦବିସ ପାଳିତ



ସାକ୍ଷୀଗୋପାଳ ----  ସତ୍ୟବାଦୀ ହାଇସ୍କୁଲ ନିକଟରେ ଥିବା  ଆଚାର୍ଯ୍ୟ ହରିହର ଶିଶୁ ଭବନର ପ୍ରତିଷ୍ଠାତା ସ୍ୱର୍ଗତ ବାମନ ଚରଣ ଦାଶଙ୍କର ୧୪ ତମ ଶ୍ରାଦ୍ଧା ଦିବସ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି । ସ୍ୱର୍ଗତ ଦାଶ  ସତ୍ୟବାଦୀ ହାଇସ୍କୁଲରେ ଅନେକ ବର୍ଷ  ଧରି  ପ୍ରଧାନ ଶିକ୍ଷକ ଥିବା ସମୟରେ ଛାତ୍ର ବତ୍ସଳତା ଓ ପଞ୍ଚସଖାଙ୍କ ନୀତିକୁ ସେ ଆପଣେଇଥିଲେ । ଏହି ଆଶ୍ରମ ତଥା ଶିଶୁ ଭବନ ପ୍ରତିଷ୍ଠା କରିବା ସମୟରେ ଯେତେ ବାଧା ବିଘ୍ନ ଆସିଥିଲେ ମଧ୍ୟ ସେ ନିରବଚ୍ଛିନ୍ନ ଭାବେ ଉଦ୍ୟମ କରିଥିଲେ ବୋଲି  ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିଶୁ ଭବନ ପରିଚାଳନା ପରିଷଦର ସଭ୍ୟ ବ୍ରଜବନ୍ଧୁ ନନ୍ଦ, କୋଷାଧ୍ୟକ୍ଷବାମନ ବରାଳ, ପରିଚାଳିକା ସ୍ୱର୍ଣ୍ଣଲତା ନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ସୁବଧେ କୁମାର ସ୍ୱାଇଁ, ଶାନ୍ତଲତା ଚୌଧୁରୀ ମିନାକ୍ଷୀ ବାରିକ ପ୍ରମୁଖ ଗୁନଗାନ କରିଥିଲେ । ଏହି ଅବସରରେ ଶିଶୁ ଭବନ ପରିସରରେ ଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୦/୨୦୨୧--୭,୨୫ 

 Sakhigopal News, 21/10/2021

Blog Archive

Popular Posts