ଚୋରା ଚାଲାଣ ବେଳେ ୪ ଟି ମାଙ୍କଡ଼ା ପଥର ଗାଡି ଜବତ
ରଣପୁର------ ରଣପୁର ତହସିଲ ମାଙ୍କଡା ପଥର ଖଣି ଅଂଚଳ ରୁ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲା । ତେଣୁ ଜିଲ୍ଲା ପ୍ରଶାସନ ରଣପୁର ଥାନା କୁ ମାଙ୍କଡା ପଥର ଚୋରା ଚାଲାଣ କୁ କଡାକଡି ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲା ।
ନିର୍ଦେଶ ଅନୁଯାଇ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ସଦଳବଳେ ଅକ୍ଟୋବର ୨୧ ତାରିଖ ସଂନ୍ଧ୍ୟା ଅଚାନକ ଚଢ଼ାଉ କରି ୪ ଗୋଟି ଚୋରା ମାଙ୍କଡା ପଥର ଗାଡି ଅଟକ ରଖି କାଗଜ ପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପଥର ନେବାକୁ କାଗଜ ପତ୍ର ନାହିଁ । ଓ ଡି ୦୪ କେ ୯୮୫୯ ଓ ଓ ଡି ୦୨ ବି ଏଫ୍ ୯୨୧୬ ଗାଡି ଦୁଇଟି କୁ ରଣପୁର ଥାନା କୁ ଆଣି ଜବତ କରିଥିବା ଜଣାପଡିଛି ।
ଅନ୍ୟ ୨ ଟି ମାଙ୍କଡା ଚୋରା ଚାଲାଣ ଗାଡି ରଣପୁର କଲେଜ ପଛପଟ ଜଙ୍ଗଲ ରୁ ଧରିଥିବା ବେଳେ ଗାଡି ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛନ୍ତି । ଏ ସର୍ମ୍ପକେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଚୋରା ମାଙ୍କଡା ପଥର ଗାଡି ଧରିବା ସର୍ମ୍ପକେ ପୋଲିସ ଆମ୍ଭଙ୍କୁ ଏ ପର୍ଯ୍ୟନ୍ତ ସୂଚନା ଦେଇନାହିଁ । ସୂଚନା ଦେବାପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରଣପୁରରୁ---ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ, ୨୧/୧୦/୨୦୨୧---୮,,୦୦ Sakhigopal News,21/10/2021
ରଣପୁରରୁ---ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ, ୨୧/୧୦/୨୦୨୧---୮,,୦୦ Sakhigopal News,21/10/2021