Breaking News

>>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ
  • ରେମଣ୍ଡା ଠାରେ ଚାଲିଥିବା ପ୍ରିମିୟର ଲିଗ୍ ଫୁଟବଲ ଫାଇନାଲ ମ୍ୟାଚ; ଏକେଏଫସି ବିଜୟୀ


    ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଠାରେ ଚାଲିଥିବା ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ରେମଣ୍ଡା ସରପଞ୍ଚ ହରିନାରାୟଣ ମେହେର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଂଚ ଏକାଦଶୀଆ ହଟେଇ, ପୂର୍ବତନ ଫୁଟବଲ ଖେଳାଳି କଷ୍ଟ ଭୋଇ, ଦୁର୍ଲଭ ଭୋଇ ଯୋଗ ଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ଏକେଏଫସି ଏକାଦଶ ଓ ଦେବାଙ୍ଗନ   ଡିଫେଣ୍ଡର ମଧ୍ୟରେ ହୋଇଥିଲା । ଏକେଏଫସି ଦଳ ୧/୦ ଗୋଲ ରେ ବିଜୟୀ ହୋଇ ଥିଲେ। ଅତିଥି ମାନେ ଏକେଏଫସି ବିଜେତା ଦଳ କୁ ନଗଦ ୩ହଜାର ୫ଶହ ଟଙ୍କା ସହିତ ଟ୍ରଫି ଓ ଉପ ବିଜେତା ଦେବାଙ୍ଗନ  ଡିଫେଣ୍ଡର ଦଳ କୁ ନଗଦ ୨୫୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଖେଳ ପରିଚାଳନା କରିଥିଲେ କରନ ରଣା, ଚିନ୍ତାମଣି ଚାରଡିଆ, ଜଗବନ୍ଧୁ କନ୍ଧେର, ମାନସ ସାହୁ। ଲିଗ୍ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବଜରଂଗ ଧରେଇ, ଶୃଙ୍ଖଳିତ ଦଳ ଭାବରେ ମାହେଶ୍ଵରୀ ଫୁଟବଲ କ୍ଲବ କୁ ଟ୍ରଫି ପ୍ରଦାନ କରାଯାଇଥିଲା । ମଂଚ ପରିଚାଳନା ଓ ଧାରାବିବରଣୀ ପ୍ରଦାନ କରିଥିଲେ ଖେଳ ଶିକ୍ଷକ ପର୍ଶୁରାମ ପାତ୍ର। କ୍ଲବ ର ସଦସ୍ୟ ପ୍ରଶାନ୍ତ ସେବକ, ଜୟକୃଷ୍ଣ କର, ଆନନ୍ଦ ପଟେଲ, ଶତୃଘ୍ନ କର, ଅମିତ୍ ପାତ୍ର, ମାନସ ସାହୁ, ବିରୋଜ ସାହୁ, ମୁକୁନ୍ଦ କର, ଅଭିଷେକ ଭୋଇ,   ସମ୍ପଦ  ମେହେର, ଶ୍ଵେତ କୁମାର ମେହେର, ତାରାଚାନ୍ଦ ସାଥୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବରଗଡ଼ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୦/୨୦୨୧----୬,୦୫   Sakhigopal News, 21/10/2021

    Blog Archive

    Popular Posts