ଭାରତ ବିକାଶ ପରିଷଦର ଜାତୀୟ ଅର୍ଥ ସଚ୍ଚିବଙ୍କ ସତ୍ୟବାଦୀ ପରିଦର୍ଶନ
ସାକ୍ଷୀଗୋପାଳ------ ଭାରତ ବିକାଶ ପରିଷଦର ସର୍ବଭାରତୀୟ ଜାତୀୟ ଅର୍ଥ ସଚ୍ଚିବ ସଂପତ ଖୁରୁଡିଆ ସସ୍ତୀକ ସାକ୍ଷୀଗୋପାଳ ମନ୍ଦିର ପରଦର୍ଶନ କରିବା ସହ ସତ୍ୟବାଦୀ ଶାଖାର କର୍ମକର୍ତ୍ତା ମାନଙ୍କ ସହିତ ଗୋପାଳ ଭବନ ପରିସରରେ ଏକ ଆଲୋଚନା କରିଥିଲେ । ସତ୍ୟବାଦୀ ଶଖାର ବିଭିନ୍ନ ସେବା ଓ ସଚେତନତା ମୁଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଛନ୍ତି । ଭବଷ୍ୟତରେ ଉନ୍ନୟନ ଓ ସେବା ମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଓଡିଶା ପୂର୍ବ ପ୍ରନ୍ତର ସାଧାରଣ ସଚ୍ଚିବ ପ୍ରଦିପ୍ତ ମହାରଣା, ଅର୍ଥ ସଚ୍ଚିବ ଦୁଖିଶ୍ରାମ ସାହୁ, ସଂଗଠନର ସଚ୍ଚିବସୌମେନ୍ଦ୍ର ଦାସ, ପ୍ରାନ୍ତିୟ ସଂସ୍କାର ସଚ୍ଚିବ ସତ୍ୟବାଦୀ ଦାଶ, ସତ୍ୟବାଦୀ ଶାଖାର ସଭାପତିପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଚ୍ଚିବ ନବଘନ ଶତପଥିୀ, ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ଅତିଥି ପରିଚ୍ର ଓ ସ୍ୱାଗତ ଭାଷଣ ଦେଇଥିଲେ ସତ୍ୟବାଦୀ ଶାଖାର ସଂସ୍କାରସଚ୍ଚିବ ବିଜୟ କୁମାର ପରିଡା । ଏହି ଅବସରରେ ୫ଜଣ ନୂତନ ସଦସ୍ୟ ଯୋଗଦେଇ ଶପଥ ପାଠ କରାଇଥିଲେ ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର, ପ୍ରଜ୍ଞାପାରମିତା ସ୍ୱାଇଁ, ସୁକାନ୍ତ ଦାସ, ବିଷ୍ଣୁ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ôୟାଦ ଦେଇଥିଲେ ଦିଗନ୍ତ କୁମାର ପ=ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୦/୨୦୨୧---୮,୫୦
Sakhigopal News, 23/10/2021