ଭଞ୍ଜନଗର ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ
ଭଞ୍ଜନଗର-ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ବର୍ବୋରଚିତ ଅତ୍ୟାଚାରକୁ ବନ୍ଦ୍ କରି ସେମାନଙ୍କ ମାନ୍, ଇଜ୍ଜତ୍, ପ୍ରାଣ ଓ ଧନକୁ ସୁରକ୍ଷା ଯୋଗାଇଦେବା ପାଇଁ, ଶୁକ୍ରବାର ଶ୍ରୀଯୁକ୍ତ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଭଞ୍ଜନଗର ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ଶହ ଶହ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଭାରତ୍ ମାତାର ଜୟ ଧ୍ୱନି ଦେଇ ଏକ ରାଲିରେ ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଘୁମୁସର ଜିଲ୍ଲା ଭଞ୍ଜନଗର ସହରର ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସାମାଜିକ ସମରସତା ପ୍ରାନ୍ତ ପ୍ରମୁଖ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ବଜରଙ୍ଗ ଦଳର ସହ ପ୍ରମୁଖ ଅମ୍ବିକା ପ୍ରସାଦ ଦାସ, ଜିଲ୍ଲା ସଭାପତି ସୁଧିର କୁମାର ନାୟକ, ଜିଲ୍ଲା ସଂଯୋଜକ ବଟ୍ଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳର ଜିଲ୍ଲା ପ୍ରମୂଖ ବୁଲୁ ସାହୁ, ଓ ରାମକୃଷ୍ଣ ଦାସ, ମହାଦେବ ସେଠି, ନିଲୁ ପ୍ରଧାନ, ଦାସରଥି ବାବା ଏବଂ ବିଶ୍ୱହିନ୍ଦୁ ପରିଷଦର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୨/୧୦/୨୦୨୧ ---୯,୩୦
Sakhigopal News, 22/10/2021