ମହେନ୍ଦ୍ରବାବୁ ଜଣେ ଭଲ ମଣିଷ ଥିଲେ; ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ
ଡେଲାଙ୍ଗ,-----ରେଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗଳ ଗ୍ରାମର ସମାଜସେବୀ ତଥା ବିଜୁ ଜନତା ଦଳର ଟାଣୁଆ ଯୁବନେତା ମହେନ୍ଦ୍ର ସାମନ୍ତରାୟଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ରେଙ୍ଗଳସ୍ଥିତ ବାସଭବନ ସମ୍ମୁଖରେ ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ଦିବଂଗତ ସମାଜସେବୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ।ମାତ୍ର ୫୬ ବର୍ଷ ବୟସରେ ମହେନ୍ଦ୍ରଙ୍କ ଅକାଳ ବିୟୋଗ ଯୋଗୁଁ ବିଜୁଜନତା ଦଳ ପରିବାର ତଥା ଡେଲାଙ୍ଗ ଅଞ୍ଚଳ ଏକ ଟାଣୁଆ ନେତାଙ୍କୁ ହରାଇଲା ବୋଲି ସଭାରେ ଉପସ୍ଥିତ ଶୁଭେଛୁମାନେ ମତବ୍ୟକ୍ତ କରିଥିଲେ।ବିଧାୟକ ଶ୍ରୀ ମହାରଥୀ ମହେନ୍ଦ୍ରଙ୍କ ସ୍ନେହ, ଶ୍ରଦ୍ଧା, ଆଦର୍ଶ, କର୍ତ୍ତବ୍ୟପରାୟଣତା,ସରଳ ଜୀବନଯାପନ ଶୈଳୀ, ନିଷ୍ଠା ଓ ପରୋପକାରୀତା ଆଦି ସୁଗୁଣର ଉଚ୍ଚ ପ୍ରଶଂସା କରିବା ସହ ମହେନ୍ଦ୍ର ବାବୁ ଜଣେ ଭଲ ମଣିଷ ଥିଲେ ବୋଲି କହିଥିଲେ।ଏହି ସ୍ମୃତିଚାରଣ ସଭାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ଡେଲାଙ୍ଗ ବ୍ଲକ ବିଜେଡ଼ି ସଭାପତି ବୈରାଗୀ ଜେନା,ପିପିଲି ବ୍ଲକ ଆତ୍ମା ସଭାପତି ଧରଣୀଧର ସାହୁ,ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ଆତ୍ମା ସଭାପତି ସୁଧାକର ମାର୍ଥା, ରେଙ୍ଗଳ ପଞ୍ଚାୟତ ସରପଞ୍ଚ ଗନ୍ଧର୍ବ ବେହେରା, ପୂର୍ବତନ ସରପଞ୍ଚ ପଦ୍ମଚରଣ ସାମନ୍ତସିଂହାର,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ,ଗୋଡିପୁଟ ମାଟିଆପଡା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଦୁର୍ବାସା ନିଶଙ୍କ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ କିଶୋର ଛୋଟରାୟ, ପ୍ରତାପ ନାୟକ,ଅଜୟ କୁମାର ବରାଳ ଓ ପ୍ରଭାକର ବାରିକ ପ୍ରମୁଖ ଉପସ୍ଥିତ ହୋଇ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। =